ବ୍ରାଉନସୁଗାର ବେପାରୀଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ

 

ଖୋର୍ଦ୍ଧା ଜିଲ୍ଲା ଜଜ୍ ତଥା ସ୍ବତନ୍ତ୍ର ଜଜ୍ ତିନି ବ୍ରାଉନସୁଗାର ବେପାରୀଙ୍କୁ ଦୋଷୀ ସାବ୍ୟସ୍ତ କଲେ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣିଲେ । ଏହାଛଡ଼ା ସେମାନଙ୍କଠାରୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦାୟ ଲାଗି ବି ନି‌ର୍ଦ୍ଦେଶ ଜରିମାନା ଅନାଦାୟ କ୍ଷେତ୍ରରେ ଆହୁରି ଏକ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ତିନି ଅଭିଯୁକ୍ତ ହେଲେ ଦେବଶିଷ ବେହେରା ଓରଫ ରିଙ୍କୁ, ପ୍ରବୀର କୁମାର ସିଂ ଓରଫ ସିତୁ ଏବଂ ଶେଖ୍ କୌସର ଅଲ୍ଲୀ। ଏମାନଙ୍କ ଘର ବାଲେଶ୍ବର ଜିଲ୍ଲାରେ। ଓଡ଼ିଶାରେ ଏହା ହେଉଛି ପ୍ରଥମ ମାମଲା, ଯେଉଁଥିରେ ଅଭିଯୁକ୍ତମାନେ ୨୦ ବର୍ଷ କାରାଦଣ୍ଡାଦେଶ କରାଯାଇଥିଲା।