ପୁରୀରୁ ୨୬୭ ଗ୍ରାମ ବ୍ରାଉନସୁଗାର ଜବତ: ୮ ଗିରଫ

ପୁରୀର ବାସେଳି ସାହି ଥାନା ପୁଲିସ ୨୬୭ ଗ୍ରାମ ଓଜନର ବ୍ରାଉନସୁଗାର ଜବତ…

ପୁରୀ: ପୁରୀର ବାସେଳି ସାହି ଥାନା ପୁଲିସ ୨୬୭ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି। ଏହି ମାମଲାରେ ୩ ଜଣ ସପ୍ଲାୟର ଓ ୫ ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ନଗଦ ୩୫ ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍ ଓ ଦୁଇଟି ମୋଟର ସାଇକେଲ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଉଛି।