ତାଲା ଭାଙ୍ଗି ସୁନା ,ଟଙ୍କା ଲୁଟ

କାମାକ୍ଷାନଗର ସହରର ଅନନ୍ତପୁର ସ୍ଥିତ ଶ୍ରୀକାନ୍ତ ସାହୁଙ୍କ

କାମାକ୍ଷାନଗର : କାମାକ୍ଷାନଗର ସହରର ଅନନ୍ତପୁର ସ୍ଥିତ ଶ୍ରୀକାନ୍ତ ସାହୁଙ୍କ ବାସଭବନରୁ ବିଳମ୍ବିତ ରାତିରେ ଚୋରି ହୋଇଛି। ୪ ଭରି ସୁନା ଗହଣା ସହ ନଗଦ ୨୦ହଜାର ଟଙ୍କା  ଦୁର୍ବୁତ୍ତ ଲୁଟି ନେଇଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଗତ କାଲି ବିଳମ୍ବିତ ରାତିରେ ସୁଶାନ୍ତ ତାଙ୍କ ପରିବାରକୁ ନେଇ କଙ୍କଡାହାଡ ଥାନା ଅନ୍ତର୍ଗତ ତରାଜଙ୍ଗ ସ୍ଥିତ ତାଙ୍କ ପୁରୁଣା ଘରକୁ ଯାଇଥିଲେ ।  ତେବେ କେହି ଦୁର୍ବୁତ୍ତ ଘରେ କେହି ନଥିବାର ସୁଯୋଗ ନେଇ  ତାଲା ଭାଙ୍ଗି, ଘରେ ଥିବା ୪ ଭରି ସୁନା ସହ ନଗଦ ୨୦ହଜାର ଟଙ୍କା ଲୁଟ କରି ନେଇଛନ୍ତି।  ତେବେ ଆଜି ସକାଳେ ଶ୍ରୀକାନ୍ତ ଘରକୁ ଫେରିଥିବା ବେଳେ, ଲୁଟ ହୋଇଥିବା ଜାଣିବା ପରେ  ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।