ଏନକାଉଣ୍ଟର ପୁଣି ଜଣେ ଆତଙ୍କୀ ସଫା

ନୂଆଦିଲ୍ଲୀ: ଦକ୍ଷିଣ କଶ୍ମୀରର ଶୋପିଆର ଏକ ଗାଁରେ ସୁରକ୍ଷାବାହିନୀ ଓ ଆତଙ୍କବାଦ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାବାହିନୀ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ଏନେଇ ଜାମ୍ମୁ-କଶ୍ମୀର ପୋଲିସ ସୂଚନା ଦେଇଛି । ଜାମ୍ମୁ-କଶ୍ମୀର ପୋଲିସ, ସେନା ଓ ସିଆରପିଏଫର ଟିମକୁ ଏହି ଅଞ୍ଚଳରେ ଆତଙ୍କବାଦୀ ଚଳପ୍ରଚଳ କରୁଥିବା ନେଇ ପୂର୍ବରୁ ସୂଚନା ମିଳିଥିଲା । ସୁରକ୍ଷାବଳ ଏହି ଅଞ୍ଚଳର ସର୍ଚ୍ଚ ଅପରେସନ କରୁଥିବା ବେଳେ ଆତଙ୍କବାଦୀକୁ ସାମ୍ନା କରିଥିଲେ ।

ସୂଚନାଯୋଗ୍ୟ ମଙ୍ଗଳବାର ରାତିରେ ମଧ୍ୟ ସେନାକୁ ଏକ ବଡ ସଫଳତା ମିଳିଥିଲା । ଶ୍ରୀନଗରର ରେନାୱାରୀ ଅଞ୍ଚଳରେ ସୁରକ୍ଷା ବାହିନୀର ଯବାନମାନେ ଲଶ୍କର-ଏ-ତଇବାର ଦୁଇଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ । ନିହତ ହୋଇଥିବା ଆତଙ୍କବାଦୀଙ୍କ ଠାରୁ ପୋଲିସ ବହୁ ମାତ୍ରାରେ ଅସ୍ତ୍ର, ଗୁଳି-ବନ୍ଧୁକ ସମେତ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା ।