ସ୍ପଷ୍ଟ ଦିବାଲୋକରେ ମହିଳା ଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଚମ୍ପଟ ମାରିଲେ ତିନି ଦୁର୍ବୁତ୍ତ।

ଉଦଳା: ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବେକରୁ ଝାମ୍ପି ନେଲେ ଲକ୍ଷାଧିକ ଟଙ୍କାର ସୁନାଚେନ…ଝାମ୍ପି ନେଇ ମାରିଲେ ଚମ୍ପଟ, ଘଟଣାଟି ଘଟିଛି ଉଦଳା ଥାନା ତଥା ଏନଏସି ର ୧ ନମ୍ବର ୱାର୍ଡରେ,ଆଜି ମଧ୍ୟାହ୍ନରେ ରୀନାରାଣୀ ସେଠି ଉଦଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାମ୍ନା ରାସ୍ତାରେ ଚାଲି ଚାଲି ଯାଉଥିଲେ..ଏହି ସମୟରେ ୩ ଜଣ ଯୁବକ ଏକ ବାଇକରେ ଆସି ତାଙ୍କୁ ଏକ ମୋବାଇଲ ନମ୍ବର ବାବଦରେ ପଚାରିଲେ..ରୀନାରାଣୀ କିଛି କହିବା ପୂର୍ବରୁ ଜଣେ ଦୁର୍ବୃତ୍ତ ରୀନା ରାଣୀ ବେକରେ ପିନ୍ଧିଥିବା ଲକ୍ଷାଧିକ ଟଙ୍କାର ସୁନାଚେନ ଛିଣ୍ଡାଇ ନେଇ ଗାଡିରେ ବସି ଚମ୍ପଟ ମାରିଥିଲେ…ଦୁର୍ବୃତ୍ତ ଲୁଟିନେଇଥିବା ସୁନାଚେନର ମୂଲ୍ୟ ଏକ ଲକ୍ଷରୁ ଅଧିକ ହେବ ବୋଲି କହିଛନ୍ତି ରୀନାରାଣୀ…ଦୁର୍ବୃତ୍ତ ମାନେ ଗୋଟିଏ ଗାଡିରେ ୩ ଜଣ ଆସି ଲୁଟ କରିଥିବା ବେଳେ ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି…. କିଛି ଦିନ ପୂର୍ବରୁ ମଧ୍ୟ କପ୍ତିପଦା ଥାନା ଅଞ୍ଚଳରେ ଦୁଇ ଜଣ ଶିକ୍ଷୟିତ୍ରୀଙ୍କ ନିକଟରୁ ସୁନାଚେନ ଲୁଟ ହୋଇଥିଲା…ତେଣୁ ଲୁଟେରା ମାନେ ପୋଲିସକୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇ ସ୍ପଷ୍ଟ ଦିବାଲୋକ ରେ କରୁଛନ୍ତି ଲୁଟ, ତେବେ ଆଗକୁ ଦେଖିବାକୁ ବାକି ରହିଲା କେବେ ଲୁଟେରା କୁ ଧରିବାକୁ ସଫଳ ପୋଲିସ ସଫଳ ହେଉଛି?…