ଆପଣ ଙ୍କୁ ଜ୍ଜ୍ୱର ହୋଉଚିକି ଏବଂ ଦୁଇ-ତିନି ଦିନ ରହି ପୁଣି ଚାଲିଯାଉଛି । ଜ୍ୱର ନଆସୁ ଏଥିପାଇଁ ମୁଁ କଣ କରିବି।

ଉତ୍ତର: ଜ୍ୱର ତ ଆମ ଆହାର-ବିହାରର ଭୁଲ ପାଇଁ ଶରୀରରେ ସୃଷ୍ଟି ହେଉଥିବା ଆବର୍ଜନା କୁ ଦୂର କରିବାକୁ ଆସିଥାଏ । ଯଦି ଏହି ଜ୍ୱର ନଆସେ ତେବେ ଆହୁରି କଠିନ ରୋଗ ସୃଷ୍ଟି ହେବ । ତେଣୁ ଜ୍ୱର ନ ଆସିବା ପାଇଁ ଶରୀରରେ ଯେପରି ଆବର୍ଜନା ଜମା ନହେବ ସେ ବ୍ୟବସ୍ଥା କରିବାକୁ ହେବ । ଏଥିପାଇଁ ଆପଣ ଉଚିତ ଭୋଜନ କରନ୍ତୁ, ପେଟ ଯେପରି ସଫା ରହିବ ତାର ବ୍ୟବସ୍ଥା କରନ୍ତୁ । ଏହା ଛଡା ନିତ୍ୟ କିଛି ବ୍ୟାୟାମ ନିହାତି କରନ୍ତୁ ଓ ପନ୍ଦର ଦିନରେ ଥରେ ଗୋଟେ ଦିନ ପାଇଁ ଉପବାସ କରନ୍ତୁ । ଏହି ବିଧିରେ ଚାଲିବା ଦ୍ୱାରା ଜ୍ୱର ତ ଆସିବ ନାହିଁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତ ହୋଇଯିବ ।