ପାଟନା ବ୍ଲାଷ୍ଟ୍‌ : ୪ ଦୋଷୀଙ୍କୁ ଫାଶୀ ଦଣ୍ଡ

ପାଟନା: ପାଟନାର ଗାନ୍ଧୀ ମଇଦାନରେ ହୋଇଥିବା ବମ୍‌ ବ୍ଲାଷ୍ଟ୍‌ ମାମଲାର ରାୟ ପ୍ରକାଶ କରିଛନ୍ତି କୋର୍ଟ । କୋର୍ଟ ଦୋଷୀଙ୍କୁ ୪ ଅଭିଯୁକ୍ତଙ୍କୁ ଫଶିଦଣ୍ଡ ଶୁଣାଇବା ସହ ଦୁଇ ଜଣଙ୍କୁ ଆଜୀବନ ଦଣ୍ଡ ଶୁଣାଇଛନ୍ତି । ଏହାସହ ଅନ୍ୟ ୨ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡ ଶୁଣାଇଛନ୍ତି । ସେହିପରି ଅନ୍ୟ ଜଣେ ଦୋଷୀ ଆଲମଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଗାନ୍ଧୀ ମଇଦାନରେ ୨୭ ଅକ୍ଟୋବର ୨୦୧୩ରେ ସିରିଏଲ ବମ ବ୍ଲାଷ୍ଟରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୮୯ ଜଣ ଆହତ ହୋଇଥିଲେ । ଦୀର୍ଘ ୮ ବର୍ଷ ପରେ ଏହି ମାମଲାର ରାୟ ଆସିଛି । କୋର୍ଟ ମୁଖ୍ୟ ୬ ଅଭିଯୁକ୍ତଙ୍କୁ ଦେଶଦ୍ରୋହୀ, ଅପରାଧିକ ଷଡ଼ଯନ୍ତ୍ର, ହତ୍ୟା, ହତ୍ୟା ଉଦ୍ୟମରେ ଦୋଷୀ ଘୋଷଣା କରିଥିଲେ । ଅନ୍ୟ ଜଣେ ଅଭିଯୁକ୍ତକୁ କୋର୍ଟ ସାକ୍ଷୀ ଅଭାବରୁ ମୁକ୍ତ କରିଥିବା ଜଣାପଡ଼ିଛି ।