ଦୀପାବଳିରେ ଫୁଟିବ ସବୁଜ ବାଣ

କଟକ,(ଏସ୍‌ ନ୍ୟୁଜ୍‌): ଦୀପାବଳିରେ ସବୁଜ ବାଣକୁ ଅନୁମତି ମିଳିଛି । ଏଥର ଅନୁମତି ଦେଇଛନ୍ତି ହାଇକୋର୍ଟ । କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି ରାଜ୍ୟ ଉଚ୍ଚ ନ୍ୟାୟାଳୟ । ରାଜ୍ୟ ସରକାର ବାଣ ଫୁଟାଇବା ନେଇ ପ୍ରତିବନ୍ଧକ ଲାଗାଇଥିବାବେଳେ ହାଇକୋର୍ଟରେ ଏନେଇ ଏକ ଅଭିଯୋଗ ଦାଖଲ କରାଯାଇଥିଲା । କୋଭିଡ ସମୟରେ କଟକଣାକୁ ପାଳନ କରିବା ଓ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଥିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ ରାଜ୍ୟ ସରକାର । ଅଲ୍‌ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍‌ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଦେଇଛନ୍ତି ହାଇକୋର୍ଟ । କେବଳ ରାତି ୮ରୁ ରାତି ୧୦ଟା ଯାଏ ବାଣ ଫୁଟାଇ ପାରିବେ । ଗ୍ରୀନ୍‌ କ୍ରାକର ବ୍ୟତୀତ ଅନ୍ୟ କୌଣସି ବାଣ ବିକ୍ରି ହୋଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।