ଅଖିଳେଶଙ୍କ ବଡ ଘୋଷଣା: ଲଢିବେନି ନିର୍ବାଚନ

ୟୁପି : ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଉତ୍ତର ପ୍ରଦେଶରେ ହେବାକୁ ଥିବା ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଛନ୍ତି ଏସପି ମୁଖିଆ ଅଖିଳେଶ ଯାଦବ । ଆଗମଗଡରୁ ସାଂସଦ ଥିବା ଅଖିଳେଶ ଯାଦବ କହିଛନ୍ତି ଆମ ଦଳ ଛୋଟ ଦଳମାନଙ୍କ ସହିତ ମେଣ୍ଟ କରିବ । ରାଷ୍ଟ୍ରୀୟ ଲୋକ ଦଳର ଦଳ ମେଣ୍ଟ କରିସାରିଛି । ବର୍ତ୍ତମାନ ନିର୍ବାଚନ ପାଇଁ ସିଟ୍‌ ବଣ୍ଟନ କାର୍ଯ୍ୟ ଜାରିରହିଛି । ଏହା ସହିତ ପ୍ରଗତିଶୀଳ ସମାଜବାଦୀ ପାର୍ଟି ସହ ଅଖିଳେଶ ଯାଦବଙ୍କ ଦଳ ମେଣ୍ଟ କରିପାରେ ବୋଲି ସୂଚନା ମିଳିଛି । ଏହାକୁ ନେଇ ଅଖିଳେଶ କହିଛନ୍ତି ଯେ, ଯେଉଁ ଛୋଟ ଦଳ ଆମ ସହିତ ମେଣ୍ଟ କରିବାକୁ ଚାହୁଁଛନ୍ତି ଆସନ୍ତୁ କୌଣସି ଅସୁବିଧା ନୁହେଁ । ହା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବର୍ଷିଥିଲେ ଅଖିଳେଶ ଯାଦବ । ସେ କହିଥିଲେ ଯେ, ଯୁବ ଚିନ୍ତାଧାରାକୁ ଗୁରୁତ୍ୱ ଦେଉନାହାନ୍ତି ଯୋଗୀ ସରକାର । ଯିଏ ନିଜେ ଲାପଟପ୍‌ ଏବଂ ମୋବାଇଲ ଚଳାଇବା ସିଖିନାହିଁ ସେ କଣ ଯୁବକମାନଙ୍କ ଅସୁବିଧା ବୁଝିବ କହି ଯୋଗୀଙ୍କୁ ଟାର୍ଗେଟ୍‌ କରିଥିଲେ ଅଖିଳେଶ । ଜଣେ ଯୁବ ନେତୃତ୍ୱ ହିଁ ଯୁବକମାନଙ୍କ ଅସୁବିଧା ସମ୍ପର୍କରେ ଜାଣିପାରିବ କହିଛନ୍ତି ଅଖିଳେଶ ।