ଜଣଙ୍କ ସାଲାଇନ ଆଉଜଣଙ୍କୁ ଦେଇଦେଲେ ନର୍ସ!

ବଲାଙ୍ଗୀର,(ଏସ୍‌ ନ୍ୟୁଜ୍‌): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ କିଡନୀ ରୋଗୀଙ୍କ ସାଲାଇନ ପେଟ ରୋଗୀଙ୍କୁ ଦେଇଦେଲେ ନର୍ସ । ବଙ୍ଗୋମୁଣ୍ଡା ବ୍ଲକର ହରି ମହାନନ୍ଦ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ଜଣେ କିଡନୀ ରୋଗୀ । ତାଙ୍କୁ ସାଲାଇନ ଦେବା ବଦଳରେ ପେଟରେ ଯନ୍ତ୍ରଣା ଅନୁଭବ କରି ଚିକିତ୍ସା ପାଇଁ ଆସିଥିବା ରୋଗୀ ଖେଡୁ ସାମଲଙ୍କୁ ଦେଇଥିଲେ ନର୍ସ । ଏନେଇ ପରିବାର ଲୋକ ଅଭିଯୋଗ କରିବାରୁ ତାଙ୍କୁ ଗାଳି କରିବା ସହ ସେଠାରୁ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସ ଫେରାର ହୋଇଯାଇଥିଲେ । ତେବେ କୌଣସି ଅଘଟଣ ଘଟିଲେ ସେଥିପାଇଁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ପରିବାର ଲୋକ କହିଛନ୍ତି । ତେବେ କାହିଁକି ଏଭଳି ଭୁଲ ହେଲା, ନର୍ସ କାହିଁକି ଏଭଳି ଅଧା ଥିବା ସାଲାଇନ ଦେଲେ ତାକୁ ନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ପରିବାର ଲୋକ ।