ଟିକା ନେଇନଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ୍‌) : କୋଭିଡ ଟିକା ନେଇ ନଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଗାଁ ଗାଁରେ ଏଭଳି ଲୋକଙ୍କୁ ଖୋଜିବେ ଆଶାକର୍ମୀ । ଟିକା ନେଇ ନଥିବା ଲୋକଙ୍କର ଏକ ତାଲିକା ପ୍ରକାଶ କରାଯିବ । ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ବ୍ୟକ୍ତି ଦ୍ୱିତୀୟ ଡୋଜ୍‌ ଟିକା ନେଇନାହାନ୍ତି । ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ଶେଷ ହେବ । ଏଥିପାଇଁ ଟିକା କେନ୍ଦ୍ର ତାଲିକା ବୃଦ୍ଧି କରାଯିବ । ଯେଉଁ ଗାଁରେ ଅଧିକ ଲୋକ ଟିକା ନେଇ ନାହାଁନ୍ତି ସେଠାରେ ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇ ନାହାଁନ୍ତିି ବୋଲି ସେ ସୂଚନା ଦେଇଛନ୍ତିି ।