ବାର୍‌ ପାଇଁ ଜାରି ହେଲା ଗାଇଡଲାଇନ୍‌

ଭୁବନେଶ୍ୱର,(ଏସ୍‌ ନ୍ୟୁଜ୍‌) : ଏବେ ବାର୍‌ରେ ବାଉନ୍ସର ମନା । ଏଥିପାଇଁ ପାଇଁ ଜାରି ହୋଇଛି ଗାଇଡ୍‌ଲାଇନ୍‌ । କମିଶନରେଟ୍‌ ପୋଲିସ ପକ୍ଷରୁ ଏହି ଗାଇଡଲାଇନ୍‌ ଜାରି କରାଯାଇଛି । ତେବେ ସ୍ୱୀକୃତିପ୍ରାପ୍ତ ସିକ୍ୟୁରିଟି ଏଜେନ୍ସୀରୁ କର୍ମଚାରୀ ନିୟୋଜିତ କରିପାରିବେନାହିଁ ବାର୍‌ ମାଲିକ । ଯେଉଁମାନେ ନିୟୋଜିତ ହେବେ ନିକଟସ୍ଥ ଥାନାରେ ସମସ୍ତ ତଥ୍ୟ ରହିବ । ସାଧାରଣ ଗ୍ରାହକଙ୍କୁ ବାଧ୍ୟବଧକତା କରିପାରିବେନାହିଁ ବାଉନ୍ସର । ଯଦି କୌଣସି ବାରରେ ଗ୍ରାହକମାନେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିବେ ୧୧୨କୁ ଡାଏଲ କରିପାରିବେ ବୋଲି ଗାଇଡଲାଇନରେ ଦର୍ଶାଯାଇଛି ।