ବିଜ୍ଞାପନ କରି ଟ୍ରୋଲ୍‌ ହେଲେ କାଜଲ

ନୂଆଦିଲ୍ଲୀ : ଅଭିନେତ୍ରୀ କାଜଲ ଅଗ୍ରୱାଲ ଏକ ମଦ ବିଜ୍ଞାପନର ସୁଟିଂ କରି ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାକୁ ଦେଖି ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି । ସୂଚନା ଅନୁଯାୟୀ କାଜଲ ଅଗ୍ରୱାଲ ସ୍ୱାମୀ ଗୌତମ କେଚଲୁଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଏକ ମଦ ବୋତଲ ଏବଂ ଗ୍ଲାସ ତାଙ୍କ ସାମ୍ନାରେ ରଖାଯାଇଛି । ଫଟୋ ସେୟାର କରିବା ସହିତ ଅଭିନେତ୍ରୀ କ୍ୟାପସନରେ ଏହି ଉତ୍ସବ ପାଳନ କରିବାକୁ କହିଛନ୍ତି । ତାଙ୍କର ଫଟୋ ଦେଖିବା ପରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି । ଜଣେ ଲେଖିଛନ୍ତି, କେହି ମଣିଷ ଏତେ ତଳକୁ କିପରି ଖସି ଯାଇପାରେ । ଟଙ୍କା ପାଇ ମଦକୁ ପ୍ରୋତ୍ସାହିତ କରୁଛନ୍ତି । ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ଏନସିବିକୁ ରେଡ୍‌ ପାଇଁ ପଠାଇବାକୁ ପଡ଼ିବ । ସେହିଭଳି ଅନେକ ଲୋକ ତାଙ୍କ ଫଟୋ ଉପରେ କଡ଼ା ମନ୍ତବ୍ୟ ଦେଉଛନ୍ତି ।