ଦୀପାବଳିରେ ଶ୍ରୀମନ୍ଦିର ବନ୍ଦ: ଜାରି ହେବ ୧୪୪ ଧାରା

ପୁରୀ, (ଏସ୍‌ ନ୍ୟୁଜ୍‌): ଦୀପାବଳିରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ହେବ ୧୪୪ ଧାରା । ଦୀପାବଳି ଦିନ ଭକ୍ତମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଡିଆ କାଠ ଜାଳିଥାନ୍ତି । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ କାଉଡିଆ କାଠି ଜାଳିବା ନେଇ କଟକଣା ଲଗାଯାଇଛି ।