ସୁସ୍ମିତାଙ୍କ ଘରେ ନୂଆ ଅତିଥି

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଘରକୁ ନୂଆ ଅତିଥି ଆସିଛି । ସୁସ୍ମିତାଙ୍କ ଭାଇ ଓ ଟିଭି ଅଭିନେତ୍ରୀ ଚାରୁ ଅସୋପା ନିଜର ପ୍ରଥମ ଶିଶୁକୁ ଜନ୍ମ ଦେଇଛନ୍ତି । ସୁସ୍ମିତାଙ୍କ ଭାଇ ରାଜୀବ ସେନ ସୋସିଆଲ ମିଡ଼ିଆରେ ନବଜାତ ଶିଶୁ କନ୍ୟାର ଫଟୋ ସେୟାର କରିଛନ୍ତି । ନବଜାତ ଝିଅ ସହ ସେ ହସ୍ପିଟାଲର ପ୍ରଥମ ଫଟୋ ସେୟାର କରିଛନ୍ତି ।