୩ କୋଟି ଟଙ୍କା ଠକେଇ ମାମଲାରେ ଆତ୍ମଘୋଷିତ ବାବା ଇଓଡବ୍ଲ୍ୟୁ ଦ୍ୱାରା ଗିରଫ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଶନିବାର ଦିନ ଆତ୍ମଘୋଷିତ ବାବାଙ୍କ ନାଁ ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ୱାମୀ ବିଜୟାନନ୍ଦ ମହାରାଜ ଓ ସହଯୋଗୀ ବିଟେକ୍‌ ଇଞ୍ଜିନିୟରଙ୍କୁ ଚନ୍ଦନ ଆକାଶ ମହାନ୍ତି ଗିରଫ କରିଛି ଅର୍ଥନୈତିକ ଅପରାଧିକ ଶାଖା । ଓଟିଡିସିର ଫେକ୍ ୱାର୍କ ଅର୍ଡର ଦେଇ ୩ କୋଟି ଟଙ୍କା ଠକେଇ ଅଭିଯୋଗରେ ଆତ୍ମଘୋଷିତ ବାବା ଓ ସହ​‌ ଯୋଗୀଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ ।

ଅଭିଯୋଗ ଅନୁସାରେ, ଚନ୍ଦନ ଆକାଶ ମହାନ୍ତି ପୂର୍ବରୁ ଓଟିଡିସିରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଠିକାରେ ନିଯୁକ୍ତି ପାଇଥିଲେ । ସେ ଅନ୍ୟମାନଙ୍କ ସହ ମିଶି ଓଟିଡିସି ଫେକ୍ ୱାର୍କ ଅର୍ଡର ଦେଇ ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କ ଠାରୁ ବିପୁଳ ୩ କୋଟି ଅର୍ଥ ଠକି ନେଇଥିଲେ, ଅଭିଯୋଗ ହୋଇଛି ।

କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ତଦନ୍ତ ଅନୁଯାୟୀ, କରୋନା ସମୟରେ କାମ ପାଇବାକୁ ଚାହିଁ ବସିଥିଲେ ଏହି ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟର। ଏହି ସମୟରେ ୨୦୨୦ ମେ’ ମାସରେ ତାଙ୍କର ଜଣେ ସଂପର୍କୀୟ ତାଙ୍କୁ ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ୱାମୀ ବିଜୟାନନ୍ଦ ମହାରାଜ ସହିତ ପରିଚୟ କରାଇଥିଲେ। ସେହି ସମୟରେ ବିଜୟାନନ୍ଦ ନିଜକୁ ଓଟିଡିସିର ଅଧ୍ୟକ୍ଷ ଓ ଆଇଟିଡିସିର ସଦସ୍ୟ ଭାବେ ଦର୍ଶାଇଥିଲେ। ସେ ଚନ୍ଦନ ଆକାଶ ମହାନ୍ତିଙ୍କ ସହିତ ତାଙ୍କର ପରିଚୟ କରାଇଥିଲେ। ସେତେବେଳେ ଚନ୍ଦନ ନିଜକୁ ଓଟିଡିସିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ପରିଚୟ ଦେଇଥିଲେ।ପରବର୍ତ୍ତୀ ସମୟରେ ଓଟିଡିସି ଅଧିକାରୀଙ୍କ ସିଲ୍ ଓ ହସ୍ତାକ୍ଷର ବ୍ୟବହାର କରି ବିଜୟାନନ୍ଦ ଓ ଚନ୍ଦନ ଉକ୍ତ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ମିଛ ୱାର୍କ ଅର୍ଡର ଦେଇଥିଲେ। ଏହା ବଦଳରେ ସେମାନେ ସେହି କଣ୍ଟ୍ରାକ୍ଟରଙ୍କ ଠାରୁ ୩ କୋଟି ଟଙ୍କା ହାତେଇ ଥିଲେ। ସେଥିରୁ ୧.୧୪ କୋଟି ଟଙ୍କା ଚନ୍ଦନ ଆକାଶ ମହାନ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା। ବାକି ଟଙ୍କା ଆତ୍ମଘୋଷିତ ବାବାଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡିଛି।