ଆଶାରାମଙ୍କ ଆଶ୍ରମରୁ ମିଳିଲା ନାବାଳିକାର ଶବ

ଲକ୍ଷଣଉ: ନିଖୋଜ ଥିବା ଜଣେ ନାବାଳିକାର ମୃତ ଦେହ ଆଶାରାମ ବାପୁଙ୍କ ଆଶ୍ରମ ଭିତରେ ପାର୍କିଂ ହୋଇଥିବା କାର ଭିତରୁ ମିଳିଛି । ଉତ୍ତରପ୍ରଦେଶରେ ଅଶାରାମଙ୍କ ଆଉ ଏକ ଆଶ୍ରମ ପରିସରରୁ ନାବାଳିକାର ମୃତ ଦେହ ଜବତ କରାଯାଇଛି । ପୁଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହି ଘଟଣାରେ ଆଶ୍ରମ ପରିସରରୁ ଜଣେ ବ୍ୟକ୍ତିଙ୍କୁ ପୁଲିସ ପଚରାଉଚରା କରୁଛି ।

ସୂଚନାଯୋଗ୍ୟ ଯେ, ଆଶାରାମ ଦୁଷ୍କର୍ମ ମାମଲାରେ ୨୦୧୮ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହୁଛନ୍ତି ।