160×600
160×600

ଓଟିଟିରେ ଏଣ୍ଟ୍ରି କରିବେ ବେବୋ

ମୁମ୍ବାଇ: ଖୁବଶୀଘ୍ର ଓଟିଟିରେ ଏଣ୍ଟ୍ରି କରିବେ ବଲିଉଡ ଅଭିନେତ୍ରୀ ତଥା ସୈଫଙ୍କ ପତ୍ନୀ କରିନା କପୁର ଖାନ । ବଡ ପରଦାରେ ବର୍ଷ ବର୍ଷ ଧରି ରାଜ କରୁଥିବା କେରିନା ଏବେ ଓଟିଟି ମୁହାଁ ହୋଇଛନ୍ତି । ଡିଜିଟାଲ ଦୁନିଆରେ ଏଣ୍ଟ୍ରି ନିମନ୍ତେ ଖୁବ ଏକ୍ସାଇଡେଡ ଥିବା କରିନା ନିଜେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ଜାପାନୀ ଲେଖକ କିଗୋ ହିଗାଶିନୋଙ୍କ ଉପନ୍ୟାସ ଉପରେ ପର୍ଯ୍ୟବେଷିତ ଦ ଡିଭୋସନ ଅଫ ସସପେକ୍ଟ ଏକ୍ସ ଉପରେ ଆଧାରିତ ଏକ ମର୍ଡର ମିଷ୍ଟ୍ରି ଜରିଆରେ ଡିଜିଟାଲ ଦୁନିଆରେ ଏଣ୍ଟ୍ରି କରିବେ ବେବୋ ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ସୁଜୟ ଘୋଷ । ଏନେଇ ବେବୋ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏପରି ରୋମାଞ୍ଚ ଭରା ପ୍ରଜେକ୍ଟରେ କାମ ଆରମ୍ଭ କରିବାକୁ ଖୁବ ଏକ୍ସାଇଟେଡ ଅଛି । ଏହା ଏକ ଭଲ କାହାଣୀ, ଦୂରଦର୍ଶୀ ନିର୍ଦ୍ଦେଶକ ଓ ସୁପର ପ୍ରତିଭାଶଶଳୀ କଳାକାର ସାମିଲ ଅଛନ୍ତି ବୋଲି କହିଛନ୍ତି କରିନା ।