ଆଦିଶକ୍ତି ମା’ ମଲ୍ୟାଶୁଣୀଙ୍କ ପୀଠରେ ମହାଯଜ୍ଞ

ଯାଜପୁର: ଗରଗାଲି ଗ୍ରାମର ଅଧିଷ୍ଠାତ୍ରୀ ବା ଗ୍ରାମଦେବତୀ ପଶ୍ଚିମାମୁଖୀ ମା’ ମଲ୍ୟାଶୁଣୀଙ୍କ ତିନିଦିନ ବ୍ୟାପି ସପ୍ତସତି ଚଣ୍ଡୀ ମହାଯଜ୍ଞ ମା’ଙ୍କ ପୀଠରେ ଆରମ୍ଭ ହୋଇଯାଇଛି । ଦୀର୍ଘ ଦୁଇବର୍ଷ କରୋନା ମହାମାରୀ ପାଇଁ ମା’ଙ୍କ ମହାଯଜ୍ଞ ବନ୍ଦ ହୋଇଯାଇଥିଲା । ତେବେ ଚଳିତ ବର୍ଷ ଏହି ମହାମାରୀ ଏତେ ଭୟଙ୍କର ନଥିବାରୁ ସରକାରଙ୍କର ଗ୍ରୀନ ସିଗନାଲ ସବୁ କାର୍ଯ୍ୟକ୍ରମକୁ ମିଳିଥିବାରୁ ଏବର୍ଷ ଏହି ମହାଯଜ୍ଞ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହୋଇଯାଇଛି ।

ଏହି ଚଣ୍ଡୀ ମହାଯଂଜ୍ଞ ସପ୍ତମୀ ଠାରୁ ମହାନବମୀ ବା ରାମନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ । ଦୀର୍ଘ ଦୁଇବର୍ଷ ପରେ ପୂର୍ବପରୀ ଖୁବ ଆଡମ୍ବର ସହିତ ମା’ଙ୍କ ଯଂଜ୍ଞ ହେଉଥିବାରୁ ଗ୍ରାମବାସୀ ଏବଂ ବିଭିନ୍ନ ଆଡୁ ଆସୁଥିବା ହଜାର ହଜାର ଭକ୍ତଙ୍କ ମନରେ ଆନନ୍ଦ ଭରିଯାଇଛି ।

ଅନ୍ୟପକ୍ଷରେ ମା’ଙ୍କ ଆଶ୍ରିବାଦରୁ ଏହି ତିନିଦିନ ବ୍ୟାପି ଚଣ୍ଡୀ ମହାଯଂଜ୍ଞ କାର୍ଯ୍ୟକ୍ରମ ଖୁବ ସୁନ୍ଦର ଭାବରେ ହେବ ବୋଲି ସମସ୍ତଙ୍କର ଆଶା ଓ ଭରସା ।