ଡିଆରଡିଓ ତଥ୍ୟ ଲିକ୍ ଘଟଣା, NIAର ଦୁଇଜଣିଆ ଟିମ୍ ବାଲେଶ୍ୱରରେ

ବାଲେଶ୍ୱର: ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ପରେ ଅଭିଯୁକ୍ତଙ୍କ ଆକାଉଂଟକୁ ଆସୁଥିଲା ପୁଳା ପୁଳା ଟଙ୍କା । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ବାଲେଶ୍ୱରରେ ପହଞ୍ଚିଛନ୍ତି ଏନଆଇଏର ଦୁଇ ଜଣିଆ ଟିମ୍ । ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରିଥିଲା ବାଲେଶ୍ୱର ପୋଲିସ୍ । ସେମାନଙ୍କ ମଧ୍ୟରୁ ୪ଜଣ ଠିକା କର୍ମଚାରୀ ଓ ଜରେ ଡ୍ରାଇଭର୍ ହୋଇଥିବା ଜଣାପଡ଼ିଥିଲା । ତେଣୁ ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱରରେ ଏନଆଇଏ ଟିମ୍ ପହଞ୍ଚିଛନ୍ତି । ଏହି ଘଟଣାର ଅଧିକ ତଦନ୍ତ କରିବା ପାଇଁ ଏହି ଟିମ୍ ପହଞ୍ଚିଛନ୍ତି । ଏନଆଇଏର ଦୁଇ ଜଣିଆ ଟିମ୍ ବାଲେଶ୍ୱର ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି । ତେବେ ଆଜି ସକାଳେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ତେବେ ଏଥିରୁ ଜଣାପଡ଼ିଥିଲା ଯେ, ଗିରଫ ହୋଇଥିବା ବସନ୍ତ ପାକ୍ ମହିଳାଙ୍କ ସହିତ ଅଶ୍ଳୀଳ ଚାଟ୍ ଓ ଭିଡିଓ କଲ୍ ରେ ବି କଥା ହୋଇଛନ୍ତି ।