160×600
160×600

ବହୁ ଚର୍ଚ୍ଚିତ ଧନବାଦ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କ ହତ୍ୟା ମାମଲା ଉପରୁ ହଟିଲା ପରଦା

ରାଞ୍ଚି: ଉଦ୍ଦେଶ୍ୟମୂଳକ ଭାବେ ବିଚାରପତିଙ୍କୁ କରାଯାଇଛି ହତ୍ୟା। ଜିଲ୍ଲା କୋର୍ଟର ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଦୁଇ ଜଣ ଅଟୋ ଡ୍ରାଇଭର ଜାଣିଶୁଣି ଅଟୋରେ ଧକ୍କା ଦେଇ ହତ୍ୟା କରିଛନ୍ତି। ଝାଡଖଣ୍ଡ ରାଞ୍ଚରେ ଜୁଲାଇ ୨୮ ତାରିଖରେ ମର୍ଣ୍ଣିଂ ୱାକ୍‌ରେ ଯାଇଥଇବା ଜିଲ୍ଲା ଜଜ୍‌ଙ୍କ ମୃତ୍ୟୁକୁ ନେଇ ଆଜି ଏଭଳି କିଛି ଝାଡଖଣ୍ଡ ହାଇକୋର୍ଟଙ୍କୁ କହିଛି ସିବିଆଇ।ଆଜି ଏନେଇ ସିବିଆଇ ଝାଡ଼ଖଣ୍ଡ ହାଇକୋର୍ଟରେ ଏହାର ତଦନ୍ତ ରିପୋର୍ଟ ଦାଖଲ କରିଛି। କ୍ରାଇମ ସିନ୍ ରିକ୍ରିଏଟ, ଘଟଣାର ତର୍ଜମା, ସିସିଟିଭି ଭିଜୁଆଲ୍ ଏବଂ ଫୋରେନସିକ ପ୍ରମାଣରୁ ଜଣାପଡ଼ିଛି ଯେ, ୪୯ ବର୍ଷୀୟ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କୁ ନିର୍ଦ୍ଦିଷ୍ଟ ଭାବେ ଉଦ୍ଦେଶ୍ୟ ରଖି ଅଟୋ ଧକ୍କା ଦେଇ ହତ୍ୟା କରାଯାଇଥିଲା ବୋଲି ସିବିଆଇ ତା’ ରିପୋର୍ଟରେ କହିଛି।ତେବେ ସିବିଆଇ ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ଜଣାଇଛି। ଏବେ ସମସ୍ତ ରିପୋର୍ଟକୁ ନିରୀକ୍ଷଣ କରାଯାଉଛି। ଏଣୁ ପରବର୍ତ୍ତୀ ମୁହୂର୍ତ୍ତରେ ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ସିବିଆଇ କହିଛି। ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅଟୋ ଡ୍ରାଇଭର ଲଖନ ବର୍ମା ଓ ହେଲ୍ପର ରାହୁଲ ବର୍ମା। ଏହି ଦୁଇ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଏବଂ ନାର୍କୋ ଟେଷ୍ଟ ଏବଂ ବ୍ରେନ ମ୍ୟାପିଂ ମଧ୍ୟ କରିଛି ସିବିଆଇ।