ପୋଲିସ ହାବିଲଦାରଙ୍କ ସରକାରୀ କ୍ବାର୍ଟରରୁ ଚୋରି

ରାତି ୯ଟା ସମୟରେ ଘରକୁ ଫେରିବା ବେଳକୁ ଦେଖିଲେ ଘର କବାଟ ତାଲା ଭଙ୍ଗା ଯାଇଛି…

ରାଜଧାନୀରେ ପୋଲିସ କ୍ବାର୍ଟରରୁ ଚୋରି ହୋଇଛି। ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ବସଷ୍ଟାଣ୍ଡ ପଛପଟେ ଥିବା ହାବିଲଦାର ବାସୁଦେବ ପଣ୍ଡାଙ୍କ ସରକାରୀ କ୍ବାର୍ଟରରୁ ଚୋରି ହୋଇଛି ।  ପୋଲିସ କର୍ମଚାରିଙ୍କ ପାଇଁ ଥିବା ବରମୁଣ୍ଡା ଟେଲକୋ ପୋଲିସ କଲୋନୀର ୮୨ ନମ୍ଵର୍ କ୍ବାର୍ଟରରୁରେ ହାବିଲଦାର ବସୁଦେବଙ୍କ ମାଉସୀ ପୁଅ ଭାଇଙ୍କ ପରିବାର ରହୁଥିଲେ । ବୁଧବାର ସନ୍ଧ୍ୟା ୭ଟାରେ ଘର ଚାବି ପକାଇ ଦୂର୍ଗା ପୂଜା ଦେଖିବାକୁ ବାହାରିଥିଲେ ।

ରାତି ୯ଟା ସମୟରେ ଘରକୁ ଫେରିବା ବେଳକୁ ଦେଖିଲେ ଘର କବାଟ ତାଲା ଭଙ୍ଗା ଯାଇଛି । ଘର ଭିତରେ ଥିବା ସୁନା ଓ ରୂପା ଅଳଙ୍କାର ସହିତ ୪୮ ହଜାର ଟଙ୍କା,  ଏକ ଟିଭି ଓ ଗ୍ରାଇଣ୍ଡର୍ ମଧ୍ୟ ନେଇଯାଇଛନ୍ତି ଚୋର ମାନେ। ଖବର ପାଇ ଭରତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।