ଗିରଫ ହେଲା ଟୁଙ୍ଗୁରୁ_ଭୋଳ

ଗତ କିଛିଦିନ ତଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର…

ଭୁବନେଶ୍ୱର: ଗତ କିଛିଦିନ ତଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ(୨୧) ଗିରଫ ହୋଇଥିବା ସୂଚନା ମିଳିଛି। ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ବରୀବସ୍ତିରୁ ପୁଲିସ ଟୁଙ୍ଗୁରୁ ଭୋଳକୁ କମିସନରେଟ ପୁଲିସ ଗିରଫ କରିଛି। ଗତ ଅଗଷ୍ଟ ମାସ ୧୦ ତାରିଖରେ ଭରତପୁର ଥାନା ଅଧୀନ ସରଧାପଲ୍ଲୀ ବସ୍ତି ନିବାସୀ ବର୍ଷା ଭୋଳ (୨୯)ଙ୍କ ଦ୍ବାରା ଅଣାଯାଇଥିବା ଯୌନ ନିର୍ଯାତନା ଅଭିଯୋଗ କ୍ରମେ ଟୁଙ୍ଗୁରୁ ଭୋଳ ଗିରଫ ହୋଇଛି।

ପୁଲିସ ସୂଚନା ମୁତାବକ, ସରଧାପଲ୍ଲୀ ବସ୍ତିର ବର୍ଷା ଭୋଳଙ୍କ ଅଭିଯୋଗ କ୍ରମେ ଗତ ଜୁଲାଇ ୨୯ ତାରିଖ ରାତି ୧୨ଟାରେ ଟୁଙ୍ଗୁରୁ ଭୋଳ ତାଙ୍କୁ ଫୋନ୍‌ କରି ଫୁଲେଶ୍ବରୀ ବସ୍ତିକୁ ଡାକିଥିଲା। ଟୁଙ୍ଗୁରୁ ଭୋଳ ସେଠାରେ ବର୍ଷାଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲା ଏବଂ ନିର୍ଯାତନା ଦେଇଥିଲା। ଏନେଇ ବର୍ଷା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ଏବଂ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।।