ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଭିଡିଲାନ୍ସ ଚଢଉ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେଶୁକ୍ରବାର ସକାଳେ ଓଡ଼ିଶା ଭିଜିଲାନ୍ସ ବିଭାଗ ବିଷ୍ଣୁ ଚରଣ ସାହୁଙ୍କ ବ୍ରହ୍ମପୁର ବାସଭବନ ସମେତ ଗଞ୍ଜାମ ଜିଲ୍ଲାର ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। ଏହି ଚଢଉରେ ଜଣେ ଅତିରିକ୍ତ ଏସ୍.ପି, ୪ ଡିଏସପି, ୯ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଛି।