ପେକ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ,(ଏସ୍‌ ନ୍ୟୁଜ): ବରଗଡ ଜିଲ୍ଲା ବରପାଲି ଠାରେ ପୁଣି ଏକ ଭିଜିଲାନ୍ସ ଚଢ଼ାଉ ହୋଇଛି ମଙ୍ଗଳବାର ସକାଳ ଠାରୁ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ପେକ୍ସ ସେକ୍ରେଟାରୀ ଗୌର ବୁଦ୍ଧିଆଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ସମ୍ବଲପୁର ଭିଜିଲାନ୍ସ ଏସ୍ପି ସାରା ଶର୍ମାଙ୍କ ନିର୍ଦେଶ କ୍ରମେ ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ ର ଚଢ଼ାଉ ଜାରିଛି । ବରଗଡ଼ ଭିଜିଲାନ୍ସ ଟିମ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ର ମିଳିତ ଉଦ୍ୟମରେ କୁମ୍ଭାରୀ ପେକ୍ସର ନିଲମ୍ବିତ ସେକ୍ରେଟାରୀ ଗୌର ବୁଦ୍ଧିଆଙ୍କ ବାସ ଭବନରେ ଚଢ଼ାଉ ଜାରି ରହିଥିବା ବରଗଡ଼ ଭିଜିଲାନ୍ସ ଡିଏସପି ଦାଶରଥି ସେଠି ସୂଚନା ଦେଇଛନ୍ତି ।

ଅନ୍ୟପଟେ ମୁଁ କୌଣସି ଦୁର୍ନୀତିରେ ସାମିଲ ନାହିଁ କିମ୍ବା ମୋ ପାଖରେ କୌଣସି ଆୟ ବହିର୍ଭୁତ ସମ୍ପତ୍ତି ନାହିଁ ବୋଲି ପେକ୍ସ ସେକ୍ରେଟାରୀ ଗୌର ବୁଦ୍ଧିଆ କହିଛନ୍ତି । ତାଙ୍କର କେବଳ କୁମ୍ଭାରୀ ସ୍ଥିତ ବାସଭବନରେ ଚଢ଼ାଉ ହୋଇଥିବାବେଳେ ଏପର୍ଯ୍ୟନ୍ତ କୌଣସି ସଠିକ ତଥ୍ୟ ଜଣାପଡ଼ିନାହିଁ | ତେବେ ବରଗଡ ଜିଲ୍ଲାରେ କିଛି ଦିନ ପୂର୍ବରୁ ମଧ୍ୟ ଏକ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା ତେବେ ଲାଞ୍ଚ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହିଭଳି ଅସାଧୁ କର୍ମଚାରୀ ମାଳାମାଲ ହେଉଛନ୍ତି ସତ ହେଲେ ନିରୀହ ସାଧାରଣ ଗରିବ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।