ଅତ୍ୟଧିକ ବର୍ଷାରେ ଜଳବନ୍ଦୀ ସମସ୍ୟା ସବୁଠି

ଦୀପକ-

ଅତ୍ୟଧିକ ବର୍ଷାରେ ଜଳବନ୍ଦୀ ସମସ୍ୟା ସବୁଠି ରହିଛି । ମାତ୍ର ଏଠି ସଭିଏଁ ପରସ୍ପର ଉପରେ ଦୋଷ ଠେଲିବାରେ ବ୍ୟସ୍ତ । ଗୋଟେ ଗୋଷ୍ଠୀ ୨୧ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ଶାସନକୁ ଦୋଷ ଦେଉଥିବା ବେଳେ ଅପର ଗୋଷ୍ଠୀଟି ଏକଦା ବିଏମସି କମିଶନର ଥିବା ଅପରାଜିତା ଷଡ଼ଙ୍ଗୀ ଏବଂ ୯ ବର୍ଷର ଭାଗୁଆଳି ସରକାରରେ ଥିବା ବିଜେପିକୁ ଦୋଷ ଠେଲୁଛନ୍ତି ।

କିନ୍ତୁ ନିଜ ଆଖିକୁ ଆମ ଆଙ୍ଗୁଠି ଯାଉନି । ଆମେ ପ୍ରାକୃତିକ ନାଳ, ଜଳ ନିଷ୍କାସନ ରାସ୍ତାକୁ ପୋତି ଜବର ଦଖଲ କଲେ । ସେତେବେଳେ ପ୍ରଶାସନ ସୋଇକି ରହିଲା । ମନଇଚ୍ଛା ବସ୍ତି, କଲୋନୀ ଗଢି ଉଠିଲା । ସରକାର ଭୋଟ ବ୍ୟାଙ୍କ ଲୋଭରେ ଭୁଲକୁ ଆଖି ବୁଜିଦେଲେ । ଏବେ ପରିସ୍ଥିତି ଅସମ୍ଭାଳ ହେବା ପରେ ସମସ୍ତେ ମିଛ ଲୁହ ଗଡଉଛନ୍ତି ।

ପ୍ରସଙ୍ଗକୁ ନେଇ ରାଜନୀତି କରୁଥିବା ଲୋକଙ୍କୁ ପଦେ….

ଜଳବନ୍ଦୀ ସମସ୍ୟା କେବଳ ଭୁବନେଶ୍ୱରର ନୁହେଁ । ଦିଲ୍ଲୀ, ମୁମ୍ବାଇଠାରୁ କୋଲକାତା ପର୍ଯ୍ୟନ୍ତ ଏ ସମସ୍ୟା ସବୁଠି ରହିଛି । କାରଣ ଗୋଟାଏ । ରୋଗ ଆରମ୍ଭରୁ ଉଚିତ ଉପଚାର କଲେ ନାହିଁ । ଏବେବି କରୁନାହାନ୍ତି । ସ୍ଥାୟୀ ନିରାକରଣ ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ । ସେଥିପାଇଁ ସରକାରଙ୍କ ଉପରେ ଚାପ ପକାନ୍ତୁ । ଉଭୟ ସରକରୀ ଏବଂ ବିରୋଧୀ ଦଳ ଭୋଟ ବ୍ୟାଙ୍କକୁ ପଛକୁ ଠେଲି ସବୁଦିନିଆ ସମାଧାନ ପାଇଁ ରାସ୍ତା ବାହାର କରନ୍ତୁ । ତୁଚ୍ଛା ରାଜନୀତିରୁ କିଛି ମିଳିବ ନାହିଁ ।