ଦେଶରେ ଟିକାକରଣ ୭୫ କୋଟି ଟପିଛି

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣ ଆଜି ୭୫ କୋଟି ଡୋଜ୍ ଟପିଛି । ଏହାକୁ ନେଇ ସରକାର ବେଶ ଉତ୍ସାହିତ ଅଛନ୍ତି । ଏହା ଏକ ଐତିହାସିକ ସଫଳତା ବୋଲି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରିଛନ୍ତି।
ସରକାର ଡିସେମ୍ବର ସୁଦ୍ଧା ୨୦୦ କୋଟି ଡୋଜ୍ ଟିକାକରଣ ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ, ତା’ହା କେମିତି ସମ୍ଭବ ହେବ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି। ୭୫ କୋଟି ଟିକାକରଣର ଅର୍ଥ ଏଥିରେ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଲୋକ ରହିଛନ୍ତି।

ଦେଶରେ ଟିକାକରଣ ୭୫ କୋଟି ଡୋଜ୍ ଟପିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ ଟ୍ୱିଟ କରି କହିଛନ୍ତି। ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ, ସବକା ପ୍ରୟାସର ମନ୍ତ୍ର ସହିତ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ନିରନ୍ତର ନୂଆ ରେକର୍ଡ କରିଚାଲିଛି। ଦେଶରେ ଟିକାକରଣ ୭୫ କୋଟି ଅତିକ୍ରମ କରିଛି।’