ଭୁଶୁଡ଼ିଲା ତିନି ମହଲା କୋଠା

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଭୁଶୁଡ଼ିଲା ତିନି ମହଲା କୋଠା । ଉତ୍ତର ଦିଲ୍ଲୀର ମଲ୍‌କାଗଞ୍ଜର ସାବଜୀ ମାଣ୍ଡି ଅଞ୍ଚଳରେ ଗତକାଲି ମଧ୍ୟାହ୍ନରେ କୋଠା ଭୁଶୁଡ଼ି ପଡ଼ିଛି। କୋଠାର ଭଗ୍ନାବଶେଷ ତଳେ ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। କୋଠା ଭୁଶୁ଼ଡିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

କୋଠାଟି ପ୍ରାୟ ୫୦ ବର୍ଷ ତଳର ଓ ତଳ ମହଲାରେ ଥିବା ଦୋକାନରେ କିିଛି ନିର୍ମାଣ କାର୍ଯ୍ୟ ଚାଲିଥିବା କୁହାଯାଇଛି। ତେବେ କୋଠା ଭୁଶୁଡିବାର ପ୍ରକୃତ କାରଣ ଏବେ ଯାଏଁ ଜଣାପଡ଼ିନାହିଁ। ଯେଉଁଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା ​​ସେହି ବିଲଡିଂ ଭିତରେ ଥିବା ଦୋକାନ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ଧାରା 304 ଅନୁଯାୟୀ ଏକ FIR ପଞ୍ଜିକୃତ ହେବ । କୋଠା ଭୁଶୁଡ଼ିବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ଵିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଏହାକୁ ଏକ ଦୁଃଖଦ ଘଟଣା ବୋଲି କହିବା ସହ ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ନଜର ରଖିଥିବା ସେ କହିଛନ୍ତି।