ଛାଡପତ୍ର ନେବେ ଅଭିନେତା ଇମ୍ରାନ-ଅବନ୍ତିକା!

current news Actor Imran-Avantika to divorce…

ମୁମ୍ବାଇ: ବଲିଉଡ ଅଭିନେତା ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ଅବନ୍ତିକା ଖୁବଶୀଘ୍ର ଉଭୟ ଉଭୟଙ୍କଠାରୁ ଅଲଗା ହେବେ ବୋଲି ସୂଚନା ମିଳିଛି । ଏକ ରିପୋର୍ଟ ଅନୁଯାୟୀ ଇମ୍ରାନ ଏବଂ ଅବନ୍ତିକା ଦୁହେଁ କୁବ ଶୀଘ୍ର ଛାଡପତ୍ର ନେଇପାରନ୍ତି । ପରସ୍ପର ନିଜ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁ ନାହାଁନ୍ତି ।

ଅନ୍ୟପକ୍ଷରେ ଇମ୍ରାନ ଏବଂ ଅବନ୍ତିକା ଯେକୌଣସି ମୂହୁର୍ତ୍ତରେ ଅଲଗା ହେବା ନିଷ୍ପତ୍ତି ଘୋଷଣା କରିପାରନ୍ତି ।

ସୂଚନାଯୋଗ୍ୟ ଯେ, ଇମ୍ରାନ ଏବଂ ଅବନ୍ତିକା ୨୦୧୧ରେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ଝିଅ ଅଛି । ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ତାଙ୍କ ପତ୍ନୀଙ୍କ ସହ ଆଗକୁ ବଢଇବାକୁ ଚାହୁଁନାହାଁନ୍ତି କିନ୍ତୁ ଅବନ୍ତିକା ମଲିକ ଏହି ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି । ସେ ଗତ ଦୁଇ ବର୍ଷ ଧରି ଇମ୍ରାନଙ୍କ ସହ ସବୁକିଛି ଠିକ୍‌ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା ।