୨୦୨୪ ପାଇଁ କଂଗ୍ରେସର ରୋଡ ମ୍ୟାପ

current political news @shaksinews Congress roadmap for 2024….

ନୂଆଦିଲ୍ଲୀ : ୨୦୨୪ର ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ସେହିପରି ରାହୁଲ ଗାନ୍ଧୀ କଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଏହି ଯାତ୍ରା କର୍ମକର୍ତ୍ତା ଓ ସାଧାରଣ ଜନତାଙ୍କ ସହିତ ରାହୁଲ ଗାନ୍ଧୀ ସଂପର୍କ ଯୋଡିବା ପାଇଁ କରାଯାଇପାରେ ।

ଅନ୍ୟପକ୍ଷରେ ଉଦୟପୁରରେ ଚାଲିଥିବା କଂଗ୍ରେସର ଚିନ୍ତନ ଶିବିରରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ୪୦୦ରୁ ଉଦ୍ଧ୍ୱର୍ ବରିଷ୍ଠ ଦଳୀୟ ନେତା ଯୋଗ ଦେଇଛନ୍ତି । ବିଶେଷ ଭାବରେ ଏହି ବୈଠକରେ କଂଗ୍ରେସ ସଂଗଠନକୁ ଅଧିକ ମଜବୁତ କରିବା ଉପରେ ଚର୍ଚ୍ଚା ହୋଇଛି ।