ବଡ ଖେଳାଳିଙ୍କ ବଡ ନିରାଶ!

Big disappointment for big players….

ମୁମ୍ବାଇ: ଚଳିତ ଆଇପିଏଲ-୨୦୨୨ରେ ଭାରତୀୟ ଦଳର ଦୁଇ ସିନିୟର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ରନ ପାଇଁ ସଙ୍ଘର୍ଷ କରୁଛନ୍ତି । ଉଭୟଙ୍କ ବ୍ୟାଟ ଚଳିତ ଆଇପିଏଲରେ କିନ୍ତୁ କାମ ଦେଉନାହିଁ । ଯାହାର କୁପରିଣାମ ଦଳକୁ ସାମ୍ନା କରିବାକୁ ପଡୁଛି । ସବୁବେଳେ ଉଭୟଙ୍କ ବ୍ୟାଟରୁ ରନ ବର୍ଷା ହେଉଥିବାବେଳେ କିନ୍ତୁ ଚଳିତ ଆଇପିଏଲରେ ତାହା କାମ ଦେଉନାହିଁ ।

ସବୁଠୁ ବଡ କଥା ହେଉଛି ଆଇପିଏଲ ପରେ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହାପରେ ଆୟାରଲାଣ୍ଡ୍‌ ଓ ଇଂଲଣ୍ଡ ଗସ୍ତ କରିବ । ସେହିପରି ଏହି ସିରିଜ ପରେ ଟି-୨୦ ବିଶ୍ୱକପ୍‌ ରହିଛି । କିନ୍ତୁ ଏହି ସମୟରେ ରୋହିତ ଓ ବିରାଟଙ୍କ ଫର୍ମ ସମସ୍ତଙ୍କୁ ଚିନ୍ତା ପକାଇଛି । ତେବେ କ୍ରିକେଟ ବିଶେଷଜ୍ଞଙ୍କ ମତ ଅନୁସାରେ ବିରାଟ ଓ ରୋହିତ ଖୁବଶୀଘ୍ର ଫର୍ମକୁ ଫେରିବେ ବୋଲି ଆଶପ୍ରକଟ କରିଛନ୍ତି ।