ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବେ ଐଶ୍ୱର୍ଯ୍ୟା!

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି ଐଶ୍ୱର୍ଯ୍ୟା ରଜନୀକାନ୍ତ । ଐଶ୍ୱର୍ଯ୍ୟା ସାଉଥ ଇଣ୍ଡଷ୍ଟ୍ରିରେ ଜଲୱା ଦେଖାଇବା ପରେ ବଲିଉଡରେ ଜଲୱା ଦେଖାଇବାକୁ ଯାଉଛନ୍ତି । ସୂଚନାଯୋଗ୍ୟ ଯେ, ଐଶ୍ୱର୍ଯ୍ୟା ରଜନୀକାନ୍ତ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନିର୍ଦ୍ଦେଶକ ତଥା ସିଙ୍ଗର ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଅଭିନେତା ଐଶ୍ୱର୍ଯ୍ୟା ରଜନୀକାନ୍ତ ଏକ ହିନ୍ଦୀ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ବୋଲି ଜଣାପଡିଛି ।