ତମାଖୁ ଉତ୍ପାଦ ସମ୍ପର୍କିତ ବ୍ରାଣ୍ଡର ବିଜ୍ଞାପନ ଲାଗି ଫ୍ୟାନସ୍‌ଙ୍କୁ କ୍ଷମା ଯାଚନା କଲେ ଅକ୍ଷୟ କୁମାର

ବଲିଉଡ ଅଭିନେତା ଅକ୍ଷୟ କୁମାର ଏବେ ତମାଖୁ ସମ୍ପର୍କିତ ବ୍ରାଣ୍ଡ ବିମଲ ଅଳେଇଚ….

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବେ ତମାଖୁ ସମ୍ପର୍କିତ ବ୍ରାଣ୍ଡ ବିମଲ ଅଳେଇଚ ପାଇଁ ଆଉ ବିଜ୍ଞାପନରେ ଅଭିନୟ କରିବେନି ବୋଲି ଗୁରୁବାର ଘୋଷଣା କରିଛନ୍ତି। ଫ୍ୟାନଙ୍କ କଟୁ ସମାଲୋଚନାର ଶରବ୍ୟ ହେବା ପରେ ଏକ ଟ୍ୱିଟ୍ ଜରିଆରେ ଅକ୍ଷୟ କୁମାର କ୍ଷମାଯାଚନା କରିଛନ୍ତି। ଅକ୍ଷୟ କୁମାର ନିକଟରେ ଅଜୟ ଦେବଗନ ଓ ଶାହରୁଖ ଖାନଙ୍କ ସହ ବିମଲ ଇଲାଇଚି ସମ୍ପର୍କିତ ଉତ୍ପାଦର ବିଜ୍ଞାପନ ଚିତ୍ରରେ ଦେଖା ଯାଇଥିଲେ। ବିଜ୍ଞାପନରେ ଦେଖାଯିବା ପରେ ଫ୍ୟାନସଙ୍କ ଅସନ୍ତୋଷର ସମ୍ମୁଖୀନ ହୋଇଥିଲେ ଅକ୍ଷୟ କୁମାର।

ବିମଲ ଇଲାଇଚି ଏକ ଏପରି ବ୍ରାଣ୍ଡ ଯାହା ପାନମସଲା ଉତ୍ପାଦ  ଓ ଗୁଟଖା ମଧ୍ୟ କାରବାର କରନ୍ତି। ତେବେ ଏପରି ସଂସ୍ଥାଙ୍କ ବିଜ୍ଞାପନ ଚିତ୍ରରେ ଅଭିନୟ କରିବା ପରେ ଯେଉଁ ପ୍ରତିକ୍ରିୟା ମିଳିଛି ଏହା ଅକ୍ଷୟ କୁମାରଙ୍କୁ ବେଶ୍ ପ୍ରଭାବିତ କରିଛି।  ଅକ୍ଷୟ କୁମାର କହିଛନ୍ତିଯେ ସେ ନା ତ ତମାଖୁର ସମର୍ଥନ କରନ୍ତି ନା କରିବେ। ତେବେ ବିମଲ ଇଲାଇଚି ସହିତ ମୋର ସମ୍ପୃକ୍ତିକୁ ନେଇ ଆପଣଙ୍କ ଭାବନାକୁ ସମ୍ମାନ କରୁଛି। ଏହା ଛଡା ଏହି ବିଜ୍ଞାପନରେ ଅଭିନୟ ବାବଦକୁ ସେ ପାଇଥିବା ଆଡ ଫିସ୍‌କୁ ଚାରିଟିରେ ଦାନ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି।