ଭଗବାନ ରାମଙ୍କୁ କନ୍ଦାଇଲେ ଆଲିୟା!

ଏହା କହିବା ଜମାରୁ ମିଛ ହେବନି ଯେ ଜାନୁଆରୀ ୨୨ ତାରିଖଟି ଏବେ ଭାରତ ଇତିହାସରେ ସ୍ଥାନ ପାଇଯାଇଛି । ସାରା ଦୁନିଆ ସେଦିନ ‘ଜୟ ଶ୍ରୀରାମ’ ଗୁଞ୍ଜରଣ ଶୁଣିବାକୁ ପାଇଲା । ଅଯୋଧ୍ୟା ସମେତ ପୁରପଲ୍ଲୀ ଆଉ ଗୋଟିଏ ଦୀପାଳି ପାଳନ କଲା । ଭଗବାନ ରାମଙ୍କୁ ଭେଟିବା ପାଇଁ ବଡ଼ ବଡ଼ ରାଜନେତାଗଣ ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ଭିଡ ଜମାଇଥିଲେ । ସେମାନଙ୍କ ଗହଣରେ ଭାରତର  ଚଳଚ୍ଚିତ୍ର ଦୁନିଆର ଜଣାଶୁଣା ଅଭିନେତା ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା ।

ଅଭିନେତ୍ରୀ ଆଲିୟା ତାଙ୍କ ଅଭିନେତା ପତି ରଣବୀର କପୁରଙ୍କ ସହିତ ଅଯୋଧ୍ୟାରେ ପହଂଚିଥିଲେ । ଆଲିୟା ସାଧା ସିଲକ ଶାଢ଼ୀ ପିନ୍ଧିଥିଲେ ଯାହା ତାଙ୍କୁ ବେଶ ମାନୁଥିଲା । ଆଲିୟାଙ୍କ ଶାଢ଼ୀ ଧଡ଼ିର ଚିତ୍ରଗୁଡ଼ିକ ରାମାୟଣର କାହାଣୀକୁ ବଖାଣୁଥିଲା । ଧଡ଼ିରେ ଅଶୋକ ବାଟିକାରେ ମାତା ସୀତା ଓ ହନୁମାନଙ୍କ ଭେଟ ଭଗବାନ ଶ୍ରୀରାମଙ୍କ ଆଖିକୁ ଭିଜାଇ ଦେଉଥିବା ପ୍ରତୀୟମାନ ହୋଇଥିଲା ।