ଉର୍ଫି ଜାଭେଦଙ୍କୁ ଛାଡୁନି ବୋଲ୍ଡ ନିଶା

ମୁମ୍ବାଇ: ଉର୍ଫି ଜାବେଦ ବିଗ ବସ ହାଉସରୁ ବାହାରକୁ ଆସିବା ପରେ ସେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି । କେବଳ ସେତିକି ନୁହେଁ ସେ ନିଜର ଅନେକ ବୋଲ୍ଡ ଫଟୋ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ଛାଡି ଉର୍ଫି ଟ୍ରୋଲ ମଧ୍ୟ ହୋଇଛନ୍ତି । ତାଙ୍କର କିଛି ଫଟୋ ପାଇଁ ସେ ଚର୍ଚ୍ଚାରେ ଅଛନ୍ତି । ଉର୍ଫି ନିଜ ତାଜା ଫଟୋରେ ରେଡ କଲର ଧୋତି ଟାଇପର ସ୍କର୍ଟ ଓ ଏକ ସୁନ୍ଦର ପ୍ରିଣ୍ଟେଡ କ୍ରପ ଟ୍ୟୁବ ଟପରେ ନଜର ଆସୁଛନ୍ତି । ଏହି ଆଉଟଫିଟରେ ଉର୍ଫିଙ୍କ ଫଟୋ ଭାଇରାଲ ହେଉଛି । ଉର୍ଫି ଫଟୋଜରେ ନିଜ ଟ୍ୟୁବ ଟପକୁ ଆଡଜେଷ୍ଟ କରୁଥିବା ଏବଂ ନିଜ ଅନ୍ଦାଜ ଦେଖାଉଥିବା ନଜର ଆସୁଛନ୍ତି । ଟ୍ୟୁବ ଟପ ପିନ୍ଧି ଅଧିକାଂଶ ଝିଅମାନେ କଣ କରନ୍ତି ସେମାନେ ସବୁବେଳେ ଏହାକୁ ଆଡଜଷ୍ଟ କରନ୍ତି ବୋଲି ସେ କହିଛନ୍ତି ।