ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଆୟକର ଚଢ଼ାଉ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଅଫିସରେ ଆଇଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆୟକର ଠକେଇ ଅଭିଯୋଗରେ ବୁଧବାର ଆୟକର ବିଭାଗ ପକ୍ଷରୁ ଏକା ସାଙ୍ଗରେ ୬ଟି ସ୍ଥାନରେ ଚଢାଉ କରାଯାଇଥିଲା । ମୁମ୍ବାଇ ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିବା ଜଣାପଡିଥିଲା । ତାଙ୍କର ଗୋଟିଏ ପ୍ରପର୍ଟିର ଆକାଉଣ୍ଟ ବୁକରେ କିଛି ତ୍ରୁଟି ଥିବା ଅଭିଯୋଗ ପରେ ଆଇଟି ଟିମ ସମ୍ପତ୍ତି ସର୍ଭେ କରୁଛନ୍ତି।

ଏକ ରିୟଲ ଇଷ୍ଟେଟ ଡିଲକୁ ନେଇ ସୋନୁଙ୍କ ଉପରେ ସନ୍ଦେହ ରହିଥିବା ନେଇ କିଛି ଅଧିକାରୀ ସୂଚନା ଦେଇଛନ୍ତି । ବଲିଉଡରେ ନକରାତ୍ମକ ଭୂମିକାରେ ନଜର ଆସୁଥିବା ସୋନୁ କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କୁ ସହୟତା କରି ଉଦାହରଣ ସୃଷ୍ଟି କରିଥିଲେ । ଦେଶରେ ସୋନୁଙ୍କୁ ପ୍ରଶଂସା କରାଯାଉଥିବା ବେଳେ ନିକଟରେ ଦିଲ୍ଲୀର ଆପ ସରକାରଙ୍କ ଦେଶ କା ମେଣ୍ଟର କାର୍ଯ୍ୟକ୍ରମର ମେଣ୍ଟର ରହିଥିଲେ ସୋନୁ ସୁଦ ।