ନୂଆ ବୋହୂ ସହିତ ନାଚିଲେ ଜାଭେଦ ଅଖତର

ମୁମ୍ବାଇ: ଫେବ୍ରୁଆରୀ ୧୯ ତାରିଖରେ ହାତକୁ ଦି ହାତ ହୋଇଥିଲେ ଫରାହାନ ଓ ଶିବାନୀ। ଉଭୟଙ୍କ ବିବାହ ବେଶ୍‌ ଧୂମ୍‌ଧାମ୍‌ରେ ମୁମ୍ବାଇର ଖଣ୍ଡାଲାସ୍ଥିତ ଏକ ଲଗ୍‌ଜୁରୀ ହୋଟେଲରେ ହୋଇଥିଲା। ଏହି ବିବାହରେ କେବଳ ପରିବାର ଲୋକେ ଓ କିଛି ଘନିଷ୍ଠ ବନ୍ଧୁ ବାନ୍ଧବମାନେ ଯୋଗ ଦେଇଥିଲେ। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ନିମନ୍ତ୍ରଣ କରା ଯାଇନଥିଲା।

ପୁଅ ବାହାଘରରେ ଧୁମ୍‌ ନାଚିଲେ ବଲିଉଡର ଜଣାଶୁଣା ସଙ୍ଗୀତକାର ଜାଭେଦ ଅଖତର। ନୂଆ ବୋହୂକୁ ଧରି ନାଚିଲେ ଜାଭେଦ। ମ୍ୟୁଜିକର ତାଳେ ତାଳେ ବୋହୂ ଶିବାନୀ ଦାଣ୍ଡେକର ସହ ମିଶି କଲେ ଡ୍ୟାନ୍ସ। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଫରାହାନ ଅଖତରଙ୍କ ବିବାହ ବେଳର କିଛି ଅଣଦେଖା ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋଗୁଡିକୁ ଖୋଦ୍‌ ଫରାହାନ ଅଖତର ନିଜ ସୋଶାଲ ମିଡିଆରେ ଶେଆର କରିଛନ୍ତି। ଏହି ଫଟୋ ଭତରୁ ଏକ ନିଆରା ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଜାଭେଦ ଅଖତର ତାଙ୍କ ନୂଆ ବୋହୂ ଶିବାନୀ ଦାଣ୍ଡେକରଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଫଟୋରେ ବୋହୂ ଓ ଶ୍ୱଶୁର ମଧ୍ୟରେ ଥିବା ବାପା-ଝିଅର ସୁନ୍ଦର ସମ୍ପର୍କ ବିଷୟରେ ସ୍ପଷ୍ଟ ବାରି ହୋଇପଡୁଛି। ଜାଭେଦ ଓ ଶିବାନୀଙ୍କ ଏହି ଫଟୋ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।