ବିବାହ ବନ୍ଧନରେ ବାନ୍ଧି ହେବେ ନେହା !

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଆଗଧାଡିର କଣ୍ଠଶିଳ୍ପୀ ନେହା କକ୍କର। ଅକ୍ଟୋବର ୨୬ରେ ରୋହନପ୍ରୀତଙ୍କ ସହ ଦିଲ୍ଲୀରେ ନେହା ବିବାହ କରିବେ ବୋଲି ଖବର ମିଳିଛି।

ଅଭିନେତା ହିମାନ୍ସ କୋହଲିଙ୍କଠାରୁ ଅଲଗା ହେବା ପରେ ଖୁବ୍ ଭାଙ୍ଗି ପଡ଼ିଥିଲେ ନେହା। ପୁଣି ତାଙ୍କ ଜୀବନକୁ ଆସିଥିଲେ କଣ୍ଠଶିଳ୍ପୀ ରୋହନପ୍ରୀତ ସିଂହ। ରୋହନପ୍ରୀତ ୨୦୦୮ରେ ସା-ରେ-ଗା-ମା-ପା ଲିଟିଲ୍ ଚାମ୍ପସ ଜରିଆରେ ଚର୍ଚ୍ଚାକୁ ଆସିଥିଲେ। ତେବେ ରୋହନପ୍ରୀତଙ୍କ ସହ ପ୍ରେମ ସଂପର୍କ ଥିବା କଥା ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଜଣାଇଥିଲେ। ଏହା ସହ ‌#ନେହୁଦାବ୍ୟାହା ଲେଖି ସେ ନିଜର କିଛି ଫଟୋ ପୋଷ୍ଟ କରିଥିଲେ। ତେବେ ଅକ୍ଟୋବର ୨୬ରେ ବିବାହ କରୁଥିବା ନେଇ ନେହାଙ୍କ ପକ୍ଷରୁ କୌଣସି ଅଧିକାରୀଙ୍କ ଘୋଷଣା କରାଯାଇନାହିଁ।

ଅନ୍ୟ ପକ୍ଷରେ, ନେହାଙ୍କ ଭଲ ବନ୍ଧୁ ତଥା କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣଙ୍କ କହିବା ମୁତାବକ, ‘‘ନେହା ମୋର ଜଣେ ଭଲ ବନ୍ଧୁ ଏବଂ ମୁଁ ତାଙ୍କ ପାଇଁ ଖୁସି। ମୁଁ ରୋହନଙ୍କୁ ୨୦୦୮ରୁ ଜାଣିଛି। ସେ ମୁଁ ଉପସ୍ଥାପନା କରୁଥିବା ସା-ରେ-ଗା-ମା-ପାଲିଟିଲ୍ ଚାମ୍ପସ ରିୟାଲିଟି ସୋ’ର ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ। ମୋର ଦୁଇଜଣ ଭଲ ବନ୍ଧୁ ଏବେ ବିବାହ କରୁଥିବାରୁ ମୁଁ ବହୁତ ଖୁସି। ”