ଓଟିଟିରେ ରିଲିଜ୍‌ ହେବ ‘ରାଷ୍ଟ୍ର କବଚ ଓମ୍‌’

ଆସନ୍ତା ୧୧ ତାରିଖରୁ ଜି୫ରେ ଫିଲ୍ମଟି ମୁକ୍ତିଲାଭ କରିବ….

ମୁମ୍ବାଇ : ଆକ୍ସନ୍‌ ଡ୍ରାମା ଥ୍ରିଲର୍‌ ଫିଲ୍ମ ‘ରାଷ୍ଟ୍ର କବଚ ଓମ୍‌’ ଗତ ଜୁଲାଇ ୧ରେ ଫିଲ୍ମଟି ରିଲିଜ୍‌ ହୋଇଥିଲା । କିନ୍ତୁ ବକ୍ସ ଅଫିସରେ ଫେଲ ମାରିଥିଲା ୪୦ କୋଟି ବଜେଟ୍‌ରେ ପ୍ରସ୍ତୁତ ଏହି ଫିଲ୍ମ ୧୦ କୋଟି ଆୟ କରିପାରିଲା ନାହିଁ । ବର୍ତ୍ତମାନ ଏବେ ଫିଲ୍ମଟି ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍‌ କରିବ । ଆସନ୍ତା ୧୧ ତାରିଖରୁ ଜି୫ରେ ଫିଲ୍ମଟି ମୁକ୍ତିଲାଭ କରିବ । ଥିଏଟରରେ କମାଲ୍‌ ଦେଖାଇ ପାରୁନଥିବା ଅନେକ ଫିଲ୍ମକୁ ଦର୍ଶକ ଓଟିଟିରେ ଭଲ ପାଉଛନ୍ତି । ସେଥିପାଇଁ ଏହାର ମେକର୍‌ ଓଟିଟି ପାଇଁ ମନ ବଳାଇଛନ୍ତି ।