ଭଲ ନାହିଁ ଆଜିକାଲି ସଲମନଙ୍କ ସ୍ୱାସ୍ଥ୍ୟ

ଅଭିନେତା ସଲମନ ଖାନଙ୍କ ଚେହେରା ଆଉ ପୂର୍ବ ଭଳି ଆକର୍ଷଣୀୟ ହୋଇ ରହିନାହିଁ । ବଳିଷ୍ଠ ଚେହେରା ପାଇଁ ସଲମନ ଯେଉଁସବୁ ଉପାୟକୁ ଦୀର୍ଘଦିନ ଧରି ଜାବୁଡ଼ି ଧରିଛନ୍ତି, ସେଇ ଉପାଦାନ ତାଙ୍କୁ ଏକାଧିକ ମାରାତ୍ମକ ରୋଗରେ କବଳିତ କରିଛି । କପିଲ ସୋ’ରେ ଅଂଶଗ୍ରହଣ କରି ସଲମନ ମାନିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଭାରି ଖରାପ ଆଡକୁ ଗତି କରୁଛି । ବର୍ଷ ବର୍ଷ ଧରି ସଲମନ ଏକାଧିକ ଭୟଙ୍କର ରୋଗ ସହିତ ଲଢ଼େଇ କରି ଆସୁଛନ୍ତି ।

ଡାକ୍ତର ଫୁରକାନ ଖାନ କହନ୍ତି, ସଲମନଙ୍କୁ ଗ୍ରାସ କରିଥିବା ରୋଗ ଭିତରୁ ଟ୍ରାଇଜେମିନାଲ ନ୍ୟୁରାଲଜିଆ ଗୋଟିଏ । ଏହି ରୋଗ ପ୍ରଭାବରୁ ରୋଗୀଙ୍କ ମୁହଁରେ ରହିଥିବା କୋଷଗୁଡ଼ିକ ହଠାତ୍ ଟାଣି ହୋଇଯାଏ ଯାହା ଫଳରେ ଭୀଷଣ ଯନ୍ତ୍ରଣା ଅନୁଭୂତ ହୋଇଥାଏ ।

ସଲମନ ଦାନ୍ତ ଘଷୁଥିଲା ବେଳେ, କଥା କହୁଥିଲା ବେଳେ, ଖାଦ୍ୟ ଖାଉଥିବା ସମୟରେ ତାଙ୍କ ମୁହଁର କୋଷଗୁଡ଼ିକ ଅସମ୍ଭବ ଭାବରେ ଟାଣି ହୋଇଯାନ୍ତି ସତେ କି କୋଷଗୁଡ଼ିକରେ ୪୪୦ ଭୋଲ୍ଟର କରେଂଟ ପ୍ରବାହିତ ହୋଇଛି । ସଲମନ ଅନୁଭବ କରନ୍ତି ସତେ ଯେପରି ତାଙ୍କ ମୁହଁ ବିଦୀର୍ଣ୍ଣ ହୋଇଯାଉଛି ।

ଏହି ରୋଗରୁ ଉପଶମ ପାଇବା କଷ୍ଟକର । ଦର୍ଶକଙ୍କୁ ବାନ୍ଧି ରଖିବା ସଲମନଙ୍କ ପାଇଁ କାଳ ହୋଇଛି । ତାଙ୍କର ଦୀର୍ଘଜୀବୀ କାମନା କରିବା ଛଡ଼ା ଆମେ ଆଉ କ’ଣ କରିପାରିବା?