ମଡେଲିଂ ଦୁନିଆରେ ସାରା ତେନ୍ଦୁଲକର

ମୁମ୍ବାଇ : ଭାରତୀୟ ଦଳର ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଡେଲିଂ ଦୁନିଆରେ ପାଦ ରଖିଛନ୍ତି । ଏନେଇ ଏକ ଭିଡିଓ ତାଙ୍କ ଇନଷ୍ଟାରେ ସେୟାର କରିଛନ୍ତି । ସେ ସୋସିଆଲ ମିଡ଼ିଆରେ ନିଜ ଫଟୋ ସେୟାର କରିଥାନ୍ତି ।

ସାରା ତେନ୍ଦୁଲକର ଏକ ଲୋକପ୍ରିୟ କ୍ଲଦିଙ୍ଗ ବ୍ରାଣ୍ଡ ସହ ଚୁକ୍ତି କରିଛନ୍ତି । ବ୍ରାଣ୍ଡ ପ୍ରମୋଶନ ପାଇଁ ସେ ଅଭିନେତ୍ରୀ ବନିତା ସନ୍ଧୁ ଓ ତାନିୟା ଶ୍ରଫଙ୍କ ସହ ମଡେଲିଂ ଆରମ୍ଭ କରିଛନ୍ତି । ପୂର୍ବରୁ ସାରା ନିଜର ଜିମ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ । ଭିଡିଓ ଦେଖି ଜଣାପଡୁଥିଲା ଯେ ସେ ମଡେଲିଂ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏନେଇ ସାରା ଇନଷ୍ଟାଗ୍ରାମରେ ପ୍ରଥମ ବିଜ୍ଞାପନ ଭିଡିଓ ପୋଷ୍ଟ କରିଛନ୍ତି ।