ରାଜ୍ୟରେ ଚିହ୍ନଟ ହେଲେ ୧୭୦୩ ପଜିଟିଭ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭୦୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୮୮ ଏବଂ ସ୍ଥାନୀୟ ସଂକ୍ରମିତ ୭୧୫ ଜଣ ରହିଛନ୍ତି,ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୯, ବାଲେଶ୍ୱର ୮୮, ବରଗଡ ୬, ଭଦ୍ରକ ୭୦, ବଲାଙ୍ଗିର ୩, ବଉଦ ୪ ଏବଂ କଟକ ଜିଲାରୁ ୨୪୦ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୯, ଢେଙ୍କାନାଳ ୫୨, ଗଞ୍ଜାମ ୧୦, ଜଗତସିଂହପୁର ୫୧, ଯାଜପୁର ୮୫ ଓ ଝାରସୁଗୁଡାରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ କଳାହାଣ୍ଡି ଜିଲାରୁ ୧୨, କନ୍ଧମାଳ ୮, କେନ୍ଦ୍ରାପଡା ୧୪୯, କେନ୍ଦୁଝର ୨୮, ଖୋର୍ଦ୍ଧାରୁ ୩୮୬, କୋରାପୁଟ ୫, ମାଲକାନଗିରି ୪, ମୟରଭଞ୍ଜ ୬୨, ନବରଙ୍ଗପୁର ୪, ନୟାଗଡ ୪୬, ନୂଆପଡା ୩, ପୁରୀ ୧୩୯, ରାୟଗଡା ୩୩, ସମ୍ବଲପୁର ୧୫, ସୋନପୁର ୧୦, ସୁନ୍ଦରଗଡ ୪୩ ଏବଂ ଷ୍ଟେଟପୁଲରୁ ୭୧ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକ ମଧ୍ୟରେ ୧୯୬୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।