ବିଷାକ୍ତ ମଦ ପିଇ ୩୧ ମୃତ୍ୟୁ

ପାଟନା : ବିହାରରେ ମଦ ବ୍ୟାନ କରିଛନ୍ତି ସରକାର । ଗୋପାଳଗଞ୍ଜ ଏବଂ ବୋତିୟାରେ ବିଷାକ୍ତ ମଦ ପିଇ ୩୧ ଜଣ ମୃତ୍ୟୁ ହୋଇଛି । ଏଥିରେ ଅନେକ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ସପ୍ତାହରେ ବିହାରର ମୁଜାଫରପୁରରେ ମଧ୍ୟ ବିଷାକ୍ତ ମଦ ପିଇ ୬ ଜଣଙ୍କର ମୃତ୍ୟୁ ଘଟିଥିଲା । ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ବିଷାକ୍ତ ମଦ ପିଇ ବିହାରରେ ୩୫ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ । ରାଜ୍ୟରେ ମଦ ବ୍ୟାନ ହୋଇଥିଲେ ସୁଦ୍ଧା କିଭଳି ଚୋରାରେ ମଦ ବିକ୍ରି ହେଉଛି ।