ଯାତ୍ରାରେ ଅଶ୍ଳୀଳତାକୁ ମନା

ଆଉ ପ୍ରଦର୍ଶନ ହେବନି  ଅଶ୍ଳୀଳ ….

ଭୁବନେଶ୍ୱର : ଯାତ୍ରାରେ ଆଉ ପ୍ରଦର୍ଶନ ହେବନି  ଅଶ୍ଳୀଳ ନୃତ୍ୟ। ଶୁଣିବାକୁ ମିଳିବନି ଅଶ୍ଳୀଳ ଏବଂ ଦ୍ବିଅର୍ଥବୋଧକ ସଂଳାପ । ସରକାର ଏ ନେଇ କଟକଣା ଜାରି କରିଛନ୍ତି । ତେବେ କେବଳ ଯାତ୍ରା ନୁହେଁ ମେଲୋଡି ମଞ୍ଚରେ ମଧ୍ୟ ଅଶ୍ଳୀଳ ପ୍ରଦର୍ଶନ ଉପରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଟକଣା ଲାଗୁ କରାଯାଇଛି।

ଅଶ୍ଳୀଳ, ଦ୍ବିଅର୍ଥବୋଧକ ସଂଳାପ ଓ ନୃତ୍ୟ ପ୍ରଦର୍ଶନ ଉପରେ ଏହି କଟକଣା ଜାରି କରାଯାଇଛି । ଯାତ୍ରା ଓ ମେଲୋଡି ମଞ୍ଚରେ ତୁରନ୍ତ ଅଶ୍ଳୀଳତା​‌ ବନ୍ଦ କରିବା ଲାଗି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅଶ୍ଳୀଳତା ପ୍ରଦର୍ଶନ ହେଲେ  ତୁରନ୍ତ ଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକମାନଙ୍କୁ ଚିଠି ଲେଖି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମ ଜାରି କରାଯାଇଛି।