ଲଗାତାର ତୃତୀୟ ବର୍ଷ ମୁମ୍ବାଇରେ ରେକର୍ଡ ହେଲା ୩ହଜାର ମିଲିମିଟରୁ ଅଧିକ ବର୍ଷା

ମୁମ୍ବାଇ: ଲଗାତାର ତୃତୀୟ ବର୍ଷ ମୌସୁମୀରେ ମୁମ୍ବାଇ ୩ ହଜାର ମିଲିମିଟର ବର୍ଷା ପାଇଛି। ଗତ ସୋମବାର ହୋଇଥିବା ଭୀଷଣ ବର୍ଷା ଏହି ଲକ୍ଷ୍ୟ ପୂରଣ କରିଛି। ଆଇଏମଡି ସାନ୍ତାକ୍ରୁଜଙ୍କ ଅନୁସାରେ ସୋମବାର ବର୍ଷା ପରେ ଋତୁର ୩୦୩୬.୩ ମିମି ରେକର୍ଡ ପୂରଣ ହୋଇଛି। ଗତବର୍ଷ ଏହି ସମୟ ସୁଦ୍ଧା ମୁମ୍ବାଇରେ ମୋଟ ୩ହଜାର ୬୮୧ ମିମି ବର୍ଷା ହୋଇଥିଲା। ଏହା ପୂର୍ବବର୍ଷ ମଧ୍ୟ ୩ହଜାର ୬୩୫.୫ମିମି ବର୍ଷା ହୋଇଥିଲା। ମୁମ୍ବାଇରେ ମଙ୍ଗଳବାର ଅରେଞ୍ଜ ଆଲର୍ଟ ଜାରିଥିବା ବେଳେ ବୁଧବାର ମଧ୍ୟ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରିଛନ୍ତି। ମୁମ୍ବାଇରେ ବର୍ଷା ବଢିପାରେ ବୋଲି ଗତ ସପ୍ତାହରୁ ପାଣିପାଗ ବିଭାଗ ସତର୍କତା ଜାରି କରିଥିଲେ।