ପୋଲିସ ଷ୍ଟେସନରେ ନିଆଁ ଲାଗି ଜଳିଗଲା ୨୫ରୁ ଅଧିକ ଗାଡ଼ି

ଗୁଜୁରାଟ: ଗୁଜୁରାଟ ଖେଡ଼ା ପୋଲିସ ଷ୍ଟେସନରେ ହଠାତ୍‌ ନିଆଁ ଲାଗି ୨୫ରୁ ଅଧିକ ଗାଡ଼ି ଜଳିଯାଇଛି । ନିଆଁ ଲାଗିବା କ୍ଷଣି ଥାନାର ପାଖଆଖ ଅଞ୍ଚଳରେ ଥିବା ସମସ୍ତ ଗାଡ଼ି ଜଳିଯାଇଥିବା ଜଣାପଡିଛି । ଖବରପାଇ ଘଟଣାସ୍ଥଳରେ ଦଳମକଳ ବାହିନୀ ପହଞ୍ôଚ ନିଆଁକୁ ଆୟତ୍ତ କରିବା କରିଥିଲେ ସୁଦ୍ଧା ସେତେବେଳକୁ ସମସ୍ତ ଗାଡ଼ି ଜଳିପୋଡି ପାଉଁଶ ହୋଇଯାଇଥିଲା । ଥାନାରେ କିପରି ନିଆଁ ଲାଗିଲା ତାହା ଏବେ ଅସ୍ପଷ୍ଟ ରହିଛି । ଖୁବ୍‌ ଶୀଘ୍ର ଏହାର ଯାଞ୍ଚ କରାଯାଇ ଏହାର ସ୍ପଷ୍ଟ କରାଯିବ ବୋଲି ଜଣେ ଥାନାଧିକାରୀ ପ୍ରକାଶ କରିଛି ।