ବିଭିନ୍ନ ଦେବୀ ପୀଠରେ ଚାଲିଛି ନବରାତ୍ର ପୂଜା

କଟକ,(ସାକ୍‌ସୀ ନ୍ୟୁଜ୍‌) : ବିଭିନ୍ନ ଦେବୀ ପୀଠରେ ଚାଲିଛି ନବରାତ୍ର ପୂଜା । କରୋନା କଟକଣା ଶହ କଟକ ଚଣ୍ଡିମନ୍ଦିରରେ ପୂଜାର୍ଚ୍ଚନା । ଆଉ ଦିନ କେଇଟା ପରେ ଧରାପୁଷ୍ଠକୁ ଆଗମନ କରିବେ ଜଗତଜନନୀ ମାଆ ଦୁର୍ଗା । ଏଥିପାଇଁ ବିଭିନ୍ନ ଦେବୀ ପୀଠରେ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୁଜା । କଟକର ଅଧିଷ୍ଠତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କର ମଧ୍ୟ ନବରାତ୍ର ପୂଜା ଚାଲିଛି । ଯାହା ପାଇଁ ମାଆଙ୍କୁ ପ୍ରତିଦିନ ବିଭିନ୍ନ ବେଶ କରାଯାଉଛି । ଆଜି ମାଆ ଷୋଡଷୀ ବେଶରେ ଦର୍ଶନ ଦେବେ । ଅପରାହ୍ଣରେ ମାଆଙ୍କର ଏହି ବେଶ କରାଯିବ ।