ବଡ ଦିନର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା

ବଡ ଦିନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସାନ୍ତା କ୍ଲଜ୍ ଯାହାଙ୍କୁ ପ୍ରଭୁ ଯିଶୁଙ୍କ ଶାନ୍ତି ଦୂତ କୁହାଯାଏ । ଆମ ଦେଶରେ ବେଶ୍‌ ଆନନ୍ଦ ଉଲ୍ଲାସ ମଧ୍ୟରେ ବଡ଼ଦିନ ପାଳନ କରାଯାଏ। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏହା ଏକ ବଡ଼ ପର୍ବ। ଏହାକୁ ବଡ଼ଦିନ ମଧ୍ୟ କୁହାଯାଏ। ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଧୁମ୍‌ଧାମ୍‌ରେ ବଡ଼ଦିନ ପାଳନ କରାଯାଏ। କ୍ରିସ୍‌ମାସ୍‌କୁ ଅଧିକ ରଙ୍ଗିନ କରିଥାଏ କ୍ରିସମାସ୍‌ ଟ୍ରି, କେକ୍‌ ଓ ଉପହାର।

କ୍ରିସମାସ୍‌ ଉତ୍ସବ ପାଶ୍ଚାତ୍ୟ ରୁ ଆସିଥିଲେ ମଧ୍ୟ ଆମ ଦେଶରେ ଏହାକୁ ଅନୁସରଣ କରାଯାଉଛି। ବିଶେଷକରି କୁନି କୁନି ପିଲାମାନେ ସାଣ୍ଟାଙ୍କଠାରୁ ଉପହାର ପାଇବା ପାଇଁ ବ୍ୟଗ୍ର ଥାଆନ୍ତି। ସାଣ୍ଟା ପଛରେ ରହିଛି ଭିନ୍ନ ଭିନ୍ନ କାହାଣୀ।
ସେହିପରି, ଲାଲ ରଙ୍ଗ ଖୁସି ଓ ଶ୍ରଦ୍ଧାର ପ୍ରତୀକ । ଏହା ବ୍ୟତୀତ ଲାଲ ରଙ୍ଗ ପ୍ରଭୁ ଯିଶୁଙ୍କ ରକ୍ତର ପ୍ରତୀକ । ତାଙ୍କର ଏହି ଲାଲ ରକ୍ତ ସାରା ମାନବିକତା ପ୍ରତି ପ୍ରେମ , କ୍ଷମା ଓ ଆଶିଷକୁ ଦର୍ଶାଏ । ବିଶ୍ୱାସ ରହିଛି , ପ୍ରଭୁ ଯିଶୁ ସାରା ମାନବ ଜାତିକୁ ନିଜ ସନ୍ତାନ ଭଳି ଭଲ ପାଆନ୍ତି । ଏହି କାରଣରୁ ଯିଶୁ ଲାଲ ରଙ୍ଗର ପୋଷାକ ମାଧ୍ୟମରେ ସମାଜକୁ ମାନବିକତାର ଶିକ୍ଷା ଦେଇଥାନ୍ତି ।