ନିଶ ଓ ଦାଢ଼ି ପାଇଁ ବ୍ୟବହାର କରନ୍ତୁ ଏହି ଜିନିଷ, ଲୁକ୍ ରେ ଦିବାନି ହେବେ ଝିଅ

ସାକ୍‌ସୀ ନ୍ୟୁଜ୍‌ ବ୍ୟୁରୋ: ଲମ୍ବା ଦାଢ଼ି ଓ ନିଶ ରଖିବା ଯୁବକମାନଙ୍କ ମଧ୍ୟର ଏବେ ବହୁତ ଟ୍ରେଣ୍ଡ୍ ପାଲଟିଛି । ଲମ୍ବା ଦାଢ଼ି ଓ ନିଶ ରଖିବା ଦ୍ୱାରା ଯୁବକଙ୍କ ବୟସ ଜଣାପଡ଼ିନଥାଏ । ଅଳ୍ପ ବୟସର ପୁଅ ମାନେ ସବୁବେଳେ ଶୀଘ୍ର ଦାଢ଼ି ଉଠାଇବାକୁ ଚେଷ୍ଟା କରିଥାନ୍ତି । ଆଉ ଏହି କ୍ରମରେ ସେମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଉ ଥିବା ଦେଖାଯାଏ । ଯଦି ଆପଣ ବି ଲମ୍ବା ଦାଢ଼ି ରଖିବାକୁ ଚାହୁଁଛନ୍ତି ତାହେଲେ ନିଜ ଡାଏଟ୍ ରେ କିଛି ଖାସ୍ ପୋଷଣ ଯୁକ୍ତ ଜିନିଷକୁ ସାମିଲ କରିନିଅନ୍ତୁ।

ଏହିସବୁ ଜିନିଷ ସେବନ କରିବା ଦ୍ୱାରା କେବଳ ସୁସ୍ଥ ରହିବେ ନାହିଁ ବରଂ ଦାଢ଼ି ବଢ଼ାଇବା ସହିତ ତାହା ଷ୍ଟ୍ରଙ୍ଗ ରହିବାରେ ସାହାଯ୍ୟ କରିବ । ଆପଣ ଜାଣିବା ଦରକାର ଯେ, ଦାଢ଼ିର ଗ୍ରୋଥ୍ ପାଇଁ ଭିଟାମିନ୍ , ପ୍ରୋଟିନ୍ ଓ ଓମେଗା-୩ ଫ୍ୟାଟି ଏସିଡ୍ ର ଦରକାର । ତାହେଲେ ଚାଲନ୍ତୁ ଜାଣିବା କେଉଁ ଜିନିଷ ନିଜ ଡାଏଟ୍ ରେ ସାମିଲ କରିବେ।

ଦାଢ଼ି ଓ ଚୁଟିର ଉତ୍ତର ବୃଦ୍ଧି ପାଈଁ ପ୍ରୋଟିନ୍ ମଧ୍ୟ ଆବଶ୍ୟକ । ଏଥିପାଇଁ ଆପଣ ସୋୟାବିନ୍, ଷ୍ଟାର୍ଚଥିବା ବିନ୍ ଓ ମଟର୍ ଭରପୁର ମାତ୍ରାରେ ଖାଆନ୍ତୁ । ଆଉ ଯଦି ଆପଣ ଶାକାହାରୀ ତାହେଲେ ମସୁର ଡାଲି ସେବନ କରନ୍ତୁ । ଏହା ଶରୀରରେ ପ୍ରୋଟିନର ଅଭାବକୁ ପୂରଣ କରିଥାଏ।

ପାଳଙ୍ଗ ରେ ଭିଟାମିନ୍ ଏ, ଭିଟାମିନ୍ ସି, ଫୋଲିକ୍ ଏସିଡ୍ ଓ ଆଇରନ୍ ଭଳି ଗୁଣ ରହିଥାଏ । ଏହାକୁ ଆପଣ ଜୁସ୍ କରି ମଧ୍ୟ ପିଇପାରିବେ । ଏହା ଆପଣଙ୍କ କେଶ ଉଠିବାରେ ଓ ତାକୁ ମଜବୁତ୍ କରିବାରେ ସାହାଯ୍ୟ କରିବ । ପାଳନ କେଶକୁ ଅକ୍ସିଜେନ୍ ପହଞ୍ଚାଇଥାଏ।

ଦାଢ଼ି ଓ ନିଶ ବଢ଼ାଇବା ପାଇଁ ଆପଣ ନଡ଼ିଆ ତେଲ ବ୍ୟବହାର କରିପାରିବେ । ନଡ଼ିଆ ତେଲକୁ ଦାଢ଼ିରେ ମାଲିସ୍ କଲେ ଭଲ ଫଳ ମିଳିବ । ଅନେକ ଲୋକ ଡାଲଚିନିରେ ଲେମ୍ବୁ ରସ ପକାଇ ପେଷ୍ଟ୍ ତିଆରି କରି ଦାଢ଼ିରେ ଲଗାଇଥାନ୍ତି । କାରଣ ଏଥିରେ ଥିବା ମିନେରାଲ୍ସ ତ୍ୱଚାରେ ଥିବା ପୋର୍ସକୁ ଖୋଲିବାରେ ସାହାଯ୍ୟ କରିଥାଏ । ଏହା ରକ୍ତ ସଞ୍ଚାଳନକୁ ବି ଭଲ ରଖିଥାଏ।