କେଉଁ ୭ଟି କଥା ଅନ୍ୟ ନିକଟରେ ପ୍ରକାଶ କରିବା ନାହିଁ?

ନିଜ ଜୀବନ ର ସଫଳତା ପାଇଁ କିଛି ନୀତି..

ମହାନ ବିଦ୍ୱାନ ଶାସ୍ତ୍ର ବିତ ଚାଣକ୍ୟ ନିଜ ଜୀବନ ର ସଫଳତା ପାଇଁ କିଛି ନୀତି କହିଛନ୍ତି । ଯାହା ଦ୍ଵାରା ବ୍ୟକ୍ତି କୁ ନିଜ ଜୀବନ ସହିତ ଜଡ଼ିତ କିଛିଟା କଥା ଅନ୍ୟ ନିକଟରେ ନକହିବା ପାଇଁ କୁହାଯାଇଛି । ଆଜିର ନୀତି ଶାସ୍ତ୍ର ରେ ଆସନ୍ତୁ ଜାଣିବା କେଉଁ ୭ଟି କଥା ଅନ୍ୟ ନିକଟରେ ପ୍ରକାଶ କରିବା ନାହିଁ ।

୧-କଦାପି କୌଣସି ବ୍ୟକ୍ତି ନିକଟରେ ନିଜର ଧନ ସମ୍ବନ୍ଧୀୟ କିଛି ତଥ୍ୟ ପ୍ରକାଶ ଧନୀ ବ୍ୟକ୍ତି ଅହଙ୍କାରୀ ଓ ଗର୍ବି ହେବାର ପରିଚୟ ଦେଇଥାଏ ଓ ନିର୍ଧନୀ ବ୍ୟକ୍ତି ଅନ୍ୟ ନିକଟରେ ହାସ୍ୟାସ୍ପଦ ହେବାର ପରିଚୟ ଦେଇଥାଏ ।

୨-କଦାପି ନିଜର ଦୁଃଖ ଅନ୍ୟ ନିକଟରେ ପ୍ରକାଶ କରିବା ଉଚିତ୍ ନୁହେଁ । କାହିଁକି ନା ଭବିଷ୍ୟତ ରେ ଯଦି ସେହି ବ୍ୟକ୍ତି ସହିତ ଆମର ମତାନ୍ତର ହୋଇଥାଏ ତେବେ ସେ ଆମର ଭେଦ ଖୋଲି ଅନ୍ୟ ମାନଙ୍କ ନିକଟ ରେ ପ୍ରକାଶ କରିପାରେ ।

୩-ଚାଣକ୍ୟ ନୀତି ଅନୁସାରେ ମହିଳା ହେଉ କିମ୍ବା ପୁରୁଷ କେହି ବି କଦାପି ନିଜ ଜୀବନ ସାଥି ସହିତ ଜଡିତ କୌଣସି କଥା ବାହାର ବ୍ୟକ୍ତି ଙ୍କ ନିକଟରେ ପ୍ରକାଶ କରିବା ଉଚିତ୍ ନୁହେଁ । ଏଭଳି ଲୋକ ଙ୍କ ଦାମ୍ପତ୍ୟ ଜୀବନ ରେ ସୁଖ ଦେଖାଯାଏ ନାହିଁ । କାହିଁକି ନା ଏଭଳି ବ୍ୟକ୍ତି ଙ୍କ ଜୀବନ ରେ ବାହାର ଲୋକ ଫାଟ ସୃଷ୍ଟି କରି ଥାଆନ୍ତି ।

୪-ନୀତିଶାସ୍ତ୍ର ଅନୁସାରେ ବ୍ୟକ୍ତି ଗର୍ବ ଓ ଅହଙ୍କାର କରିବା ଉଚିତ୍ ନୁହେଁ । ଏହାଛଡା ନିଜର ଅପମାନ ର କଥା ମଧ୍ୟ ଅନ୍ୟ କୁ କହିବା ଉଚିତ୍ ନୁହେଁ । ଏଭଳି କରିବା ଦ୍ୱାରା ଅଯଥା ବିବାଦ ରେ ଆପଣ ପଡ଼ି ପାରନ୍ତି ।

୫-ନିଜର ଦୁର୍ବଳତା ବିଷୟରେ କଦାପି କାହାକୁ କୁହନ୍ତୁ ନାହିଁ । କାରଣ ଆପଣଙ୍କ ଦୁର୍ବଳତା କୁ ଜାଣି ଅନ୍ୟମାନେ ଆପଣଙ୍କ ନିକଟରୁ ଫାଇଦା ନେଇ ପାରନ୍ତି ଓ ଆପଣଙ୍କୁ ସମୟ ଆସିଲେ ଖାଲ କୁ ମଧ୍ୟ ଠେଲି ଦେଇ ପାରନ୍ତି ।

୬-କଦାପି କାହାକୁ ନିଜର ଭବିଷ୍ୟତ ର ପ୍ଲାନ୍ ବିଷୟରେ କୁହନ୍ତୁ ନାହିଁ, କାହିଁକି ନା ଏହା ଅନେକ ସମୟରେ ଚକ୍ଷୁ ଦୃଷ୍ଟିଆ ହୋଇ ଥାଏ ଓ ଆପଣଙ୍କ ପ୍ଲାନ୍ ମଧ୍ୟ ବିଫଳ ହୋଇପାରେ ।

୭-ପ୍ରତ୍ୟେକ ବ୍ୟକ୍ତି ଜୀବନ ରେ ସଫଳତା ପାଇବା ପାଇଁ ପ୍ରୟାସ ଜାରୀ ରଖି ଥାଆନ୍ତି, କିନ୍ତୁ କେତେବେଳେ ସେ ଠକାମୀ ରେ ପଡ଼ି ଯାଇ ଥାଆନ୍ତି ତାହା ଜାଣି ପାରନ୍ତି ନାହିଁ , ତେଣୁ ଯଦି ଠକାମୀ ରେ ପଡ଼ୁଛନ୍ତି ତେବେ ଏହା କାହାରି ଆଗରେ ପ୍ରକାଶ କରନ୍ତୁ ନାହିଁ।